ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ୍ ଠେବେରା ଗାଁର ଅର୍ଜୁନ ଦୁଆନ ଓ ସ୍ତ୍ରୀ ସୁତୁରାଙ୍କ ଏକମାତ୍ର ପୁଅ ରମାକାନ୍ତ । ରମାକାନ୍ତ କଟକର ଏକ କାର୍ ମରାମତି କେନ୍ଦ୍ର ଠାରେ ଟ୍ରେନିଂ ନେଉଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା କାରଣରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଝାରସୁଗୁଡ଼ାକୁ ଆଣି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏବେ ରମାକାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବାପା ମା ପୁଅକୁ ବଞ୍ଚାଇବା ଆଶାରେ ଡାକ୍ତରଖାନାରୁ ମୃତଦେହକୁ କୋଇଲିଘୁଘର ଶୈବପୀଠକୁ ଆଣି ଅଧିଆ ପଡିଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ପୋଲିସର ବୁଝାସୁଝା ପରେ ବାପା ମା ପୁଅର ମୃତଦେହ ଧରି ଘରକୁ ଫେରିଥିବା ଜଣାପଡିଛି ।