ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ପ୍ରତିଶ୍ରୁତି ପରେ ଆମରଣ ଅନଶନ ପ୍ରତ୍ୟାହୃତ

ନୟାଗଡ଼: ନୟାଗଡ଼ର 5 ବର୍ଷୀୟା ନାବାଳିକା ପରୀକୁ ନ୍ୟାୟ ଦାବିରେ ଦୀର୍ଘ ଛଅ ଦିନଧରି ଚାଲିଥିବା ଆମରଣ ଅନଶନ ପ୍ରତ୍ୟାହୃତ। ପରି ହତ୍ୟାକାଣ୍ଡର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ରାଜିହେବା ସହ ଏ ସମ୍ପର୍କରେ ଖୁବ୍ ଶୀଘ୍ର ନୟାଗଡ଼ ପୋଲିସ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିବା ପାଇଁ ନୟାଗଡ଼ ଅତିରିକ୍ତ ଏସ୍ପି ଏବଂ ଉପ ଜିଲ୍ଲାପାଳଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଗତ 28 ତାରିଖରୁ ଆମରଣ ଅନଶନରେ ବସିଥିବା ଦୁଇ ସମାଜ ସେବି ଆମରଣ ଅନଶନ ପ୍ରତ୍ୟାହୃତ କରିଛନ୍ତି l
Download Argus News App
