ତାଙ୍କ ସହ ଆସିଥିବା ହଜାରେରୁ ଉର୍ଦ୍ଧ ପଞ୍ଚାୟତବାସୀ ଏକତ୍ରିତ ହୋଇ ନାରାବାଜି କରି ବିରୋଧ କରିଥିଲେ । ପଞ୍ଚାୟତ ପ୍ରତିନିଧିଙ୍କ ଅଭିଯୋଗ ମୁତାବକ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ବିଧାୟକ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକାଇ ବନ୍ଦ କରାଇ ଦେଇଛନ୍ତି । ଯାହାକୁ ବିରୋଧ କରି ପୂର୍ବରୁ ପଞ୍ଚାୟତ ବୈଠକରେ ଅଭିଯୋଗ କରିଥିଲେ ସୁଦ୍ଧା ବିଧାୟକ କର୍ଣ୍ଣପାତ କରୁନାହାନ୍ତି ।
ତେଣୁ ଯଦି ବିକାଶ କାର୍ଯ୍ୟକୁ ଚାପ ପକାଇ ବିଧାୟକ ବନ୍ଦ କରିଦେଇଛନ୍ତି, ତେବେ ଆଜି କେଉଁ ସ୍ୱାର୍ଥରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ବୋଲି ଅଭିଯୋଗ ହୋଇଛି । ପ୍ରାୟ ଅଧଘଣ୍ଟା ଏହିଭଳି ବିରୋଧ ପରେ ବିଧାୟକଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଞ୍ଚୟତ ପ୍ରତିନିଧି ମାନେ ରାସ୍ତା ଛାଡିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବସୋଈ ଓ ଜୟପୁରା ପଞ୍ଚାୟତର ମୋଟ ୫୧ଜଣ ଭୂମିହୀନଙ୍କୁ ବିଧାୟକ, ବ୍ଲକ ଅଧକ୍ଷ ଓ ପଞ୍ଚାୟତ ପ୍ରତିନିଧି, ମିଳିତ ଭାବେ ପଟ୍ଟା ବଣ୍ଟନ କରିଥିଲେ ।