ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ଆଜିଠୁ ଭୁବନେଶ୍ୱରରେ ପାର୍କ ଉତ୍ସବ

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ପାର୍କ ଉତ୍ସବ ଆରମ୍ଭ । ଇନ୍ଦିରା ଗାନ୍ଧି-ମଧୁସୂଦନ ଦାସ ପାର୍କରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛଇ । ୭ଟି ରବିବାରରେ ୭ଟି ପାର୍କରେ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ ରହିଛି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଆଜିଠାରୁ ପାର୍କ ଉତ୍ସବ ଆରମ୍ଭ କରିଛନ୍ତି ।
ପ୍ରତି ରବିବାର ସକାଳ ୭ଟାରୁ ୯ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ, ଗପ କହିବା ପରି ବହୁ ମନୋରଂଜନ ଧର୍ମୀ କାର୍ଯ୍ୟକ୍ରମ କରାଯିବ । ପ୍ରଥମ ପର୍ଯ୍ୟାୟରେ ୟୁନିଟ-୨ ସ୍ଥିତ ଇନ୍ଦିରା ଗାନ୍ଧି ପାର୍କ ଓ ପୋଖରୀପୁଟ ସ୍ଥିତ ମଧୁସୂଦନ ଦାସ ପାର୍କରେ ପ୍ରଥମ ପର୍ଯ୍ୟାୟରେ ଏହି ପାର୍କ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଧିର ଧିରେ ଏହି କାର୍ଯ୍ୟକ୍ରମ ଅନ୍ୟ ପାର୍କରେ ମଧ୍ୟ ଆୟୋଜିତ ହେବ ବୋଲି ସୂଚନା ମିଳିଛି ।
Download Argus News App
