ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବତନ ଶ୍ରମମନ୍ତ୍ରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ଏପ୍ରିଲ ୧୩ରେ ଶ୍ରୀକାନ୍ତ ମନ୍ତ୍ରୀ ଥିବା ସମୟରୁ ମହିଳା ଥାନାରେ ଏତଲା ଦେଇଥିଲେ ସଂଯୁକ୍ତା । ହେଲେ ଘଟଣାକୁ ୩ ମାସ ବିତିବା ପରେ ବି କାହିଁକି ଚୁପ୍ କମିଶନରେଟ୍ ପୋଲିସ ? କାହିଁକି ତଦନ୍ତ ପରିସରକୁ ଆସୁନାହାନ୍ତି ଶ୍ରୀକାନ୍ତ, କାହିଁକି ତାଙ୍କୁ ପଚରାଉଚୁରା କରୁନାହିଁ କମିଶନରେଟ୍ ପୋଲିସ ? ମା'କୁ ସମ୍ମାନର କଥା କହୁଥିବା ଦଳରେ ମହିଳାଙ୍କୁ ଇଏ କି ସମ୍ମାନ ? ଅନ୍ୟପଟେ ସଂଯୁକ୍ତାଙ୍କ ଅଭିଯୋଗ ପରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବିରୋଧୀ ।
ପୂର୍ବରୁ ମମିତା ମର୍ଡର କେସରେ ସାଂଘାତିକ ଅଭିଯୋଗ ଆସିଥିଲା ସେତେବେଳର ଗୃହରାଷ୍ଟ୍ର ମନ୍ତ୍ରୀ ତଥା ବିଜେଡି ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁରେ । ହେଲେ ପୋଲିସ ତାଙ୍କୁ ତଦନ୍ତ ପରିସରକୁ ନେଲାନାହିଁ । ସେହିଭଳଳି ତିର୍ତ୍ତୋଲର ଯୁବ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ବି ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିଲେ ତାଙ୍କ ବାନ୍ଧବୀ । ସେପଟେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀଙ୍କ ନାଁରେ ବଡ଼ ଅଭିଯୋଗ । ବିଜେଡି ନେତା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ପୂର୍ବରୁ ଅଭିଯୋଗ କରିଥିଲେ ସମୀର ଦାସ ନିଶା ଦେଇ ତାଙ୍କ ସ୍ତ୍ରୀଙ୍କୁ ବ୍ଲେକମେଲ୍ କରିଥିଲେ । ହେଲେ ସବୁ ମାମାଲାରେ ପୋଲିସ ଚୁପ୍ ।