ଅର୍ଗସ ବ୍ୟୁରୋ : ଏବେ ବି ବଞ୍ଚିଛି କାଳିସୀ ପରମ୍ପରା । ନିଜ ନିଜର ବିଭିନ୍ନ ସମାସ୍ୟା ସହ ରୋଗ ଭଲ ପାଇଁ କାଳେସୀଙ୍କ ନିକଟରେ ଲାଗୁଛି ଲୋକଙ୍କ ଭିଡ଼ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀଜିଲ୍ଲା ଗୋପ ବ୍ଲକ ଜମରା ଗାଁ ଦଳିତ ସାହିରେ । ସେହି ସାହିର ପ୍ରତାପ ଭୋଇଙ୍କ ଠାରେ ମା ମଙ୍ଗଳା ଆସୁଥିବାର ଦାବି କରିଛନ୍ତି ସ୍ଥାନୀୟ ଲୋକେ । ମାଙ୍କ କୃପା ଲାଭ ପାଉଁ ପ୍ରତି ମଙ୍ଗଳାବାରରେ ହୁକୁମ ନେବାକୁ ଏଠି ଲାଗୁଛି ଭିଡ଼ । ମାନସିକ ରଖି ଶତାଧିକ ଲୋକେ କିଏ ରୋଗ ଭଲ ପାଇଁ ଆସୁଛି ତ କିଏ ନିଜ ପରିବାର ସମସ୍ୟା ସମାଧାନ ପାଇଁ ଆସୁଛନ୍ତି । ଯାହା ମାନସିକ କରୁଛନ୍ତି ତାହା ମିଳୁଛି ବୋଲି ଏଠାକୁ ଆସୁଥିବା ଲୋକେ ଦାବି କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅନ୍ୟ ପକ୍ଷରେ ପିଲାଦିନୁ ମା ମଙ୍ଗଳାଙ୍କୁ ପୂଜାର୍ଚ୍ଚନା କରି ଆସୁଥିବା ପ୍ରତାପ ନବମ ଶ୍ରେଣୀରେ ପାଠ ପଢୁଠୁବା ବେଳେ ତାଙ୍କ ଦେହରେ ଏକ ଶକ୍ତି ଅନୁଭବ କରିଥିଲେ । ଶକ୍ତି ଆସିବା ପରେ 5 ବର୍ଷ ହେଲା ସେ ବିନା ପଇସାରେ ହୁକୁମ ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି ।
ପ୍ରତ୍ୟହ ମଙ୍ଗଳାବାରରେ ଦ୍ବିପ୍ରହରରେ ପ୍ରତାପ ନାରି ବେଶରେ ସଜେଇ ହୋଇ ମାଙ୍କୁ ପୂଜାର୍ଚ୍ଚନା କରିବା ପରେ ନିଆଁ ବଳିତା ଖାଇବା, ନିଆଁରେ ଚାଲିବା ଓ ଝୁଣା ଧୂଆଁ ଖାଇବା ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଚକିତ କରିଥାଏ । କାଳେସି ଲାଗିବା ପରେ ସେ ଜଣ ଜଣ କରି ଲୋକଙ୍କ କଥା ଶୁଣିବା ସହ ତାହାର ପ୍ରତିକାର ବତାଇଥାନ୍ତି । ଅନେକ ଲୋକ ଏଠାକୁ ବିଶ୍ୱାସରେ ଆସୁଥିବା ବେଳେ କେହି କେହି ଏହାକୁ ଏକ ଅନ୍ଧ ବିଶ୍ୱାସ ବୋଲି ଭାବିଥାନ୍ତି ।