ପ୍ରତିବର୍ଷ ଏହି ସ୍ମୃତି ମନ୍ଦିର ପରିସରରେ ପଠାଣି ସାମନ୍ତଙ୍କ ଜୟନ୍ତୀ ଧୁମଧାମରେ ପାଳିତ ହୋଇଥାଏ। ଏହି ଉତ୍ସବରେ ମନ୍ତ୍ରୀ, ବିଧାୟକ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ପାଠାଗାର ଉନ୍ନତିକରଣ ନିମନ୍ତେ ପ୍ରତିଶୃତି ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ହେଉନାହିଁ। ଖଣ୍ଡପଡ଼ା ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ପାଠାଗାରର ସମ୍ପୂର୍ଣ୍ଣ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ଖଣ୍ଡପଡ଼ା ବାସୀ ବାରମ୍ବାର ଦାବି କରି ଆସୁଥିଲେ ହେଁ ପ୍ରଶାସନିକ ଉଦାସୀନତା ଏଥି ନିମନ୍ତେ ପ୍ରତିବନ୍ଧକ ସାଜିଛି।
ପଠାଣି ସାମନ୍ତ ସ୍ମୃତି ମନ୍ଦିର ଅବହେଳିତ

ଅର୍ଗସ ବ୍ୟୁରୋ : ରାଜ୍ୟ ଓ କେନ୍ଦ୍ର ସରକାର ପୁରାତନ ଐତିହ୍ୟ ଓ ସଂସ୍କୃତିର ସ୍ବାକ୍ଷର ବହନ କରୁଥିବା ଅନୁଷ୍ଠାନ ଗୁଡିକର ପୁନଃରୁଦ୍ଧାର ଓ ରକ୍ଷଣା ବେକ୍ଷଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ମାତ୍ର ଦୀପତଳ ଅନ୍ଧାର ପରି ଖଣ୍ଡପଡ଼ା ସହର ଉପକଣ୍ଠରେ ଅବସ୍ଥିତ ସାମନ୍ତ ସ୍ମୃତି ମନ୍ଦିର ପାଠାଗାର ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ପାଠାଗାର ସମ୍ମୁଖରେ ଫାଟକ ନଥିବାରୁ ଗାଈଗୋରୁ ଅବାଧରେ ପ୍ରବେଶ କରୁଥିବା ବେଳେ ସଞ୍ଜ ନଇଁଲେ ଅସାମାଜିକ ଯୁବକମାନେ ପାଠାଗାର ପରିସରରେ ଆଡ୍ଡା ଜମାଉଛନ୍ତି। ପାଠାଗାର ଉନ୍ନତିକରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଥିବା ବେଳେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି।
Download Argus News App
