କୁଳଡିହାର ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ନୀଳଗିରିର ରାଜକୁମାରୀ କୁମାରୀ ଆକୃତି
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାଠକ ବାପା, ପୁଅଙ୍କୁ ଜାମିନ ମିଳିଛି। ଭିଜିଲାନ୍ସ କୋର୍ଟ ଉଭୟ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକଙ୍କ ଜାମିନ ମଞ୍ଜୁରୀ କରିଛନ୍ତି। ଏ ନେଇ ପାଠକଙ୍କ ଓକିଲଙ୍କ ସୂଚନା ଦେଇଛନ୍ତି। 60 ଦିନ ଭିତରେ ଚାର୍ଜସିଟ ଦେଇ ନପାରିବାରୁ ଜାମିନ ମିଳିଛି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୁହେଁ ଗିରଫ ହୋଇଥିଲେ।
ରାଜ୍ୟ ଓ ରାଜ୍ୟ ବାହାରେ ଥିବା ପାଠକଙ୍କ ଘରେ ଏକକାଳୀନ ରେଡ୍ କରାଯାଇଥିଲା। ରେଡ୍ କରି ଗିରଫ କରିଥିଲେ ମଧ୍ୟ ନିର୍ଦ୍ଧାରିତ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍ ଦେଇପାରି ନଥିବାରୁ, ନିୟମ ଅନୁସାରେ କୋର୍ଟ ବାପା ପୁଅଙ୍କୁ ଜାମିନ ପ୍ରଦାନ କରିଛନ୍ତି।