ଅର୍ଗସ ବ୍ୟୁରୋ: ହାଇକୋର୍ଟରୁ ପାଠକ ବାପା-ପୁଅଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଆକାଶ ଓ ଅଭୟ କାନ୍ତ ପାଠକଙ୍କୁ ମିଳିଲା ସର୍ତ୍ତ ମୂଳକ ଜାମିନ । ଟ୍ରାଭେଲ ବିଲ ଠକେଇ ମାମଲାରେ ଜାମିନ ମିଳିଛି । ଖାରବେଳ ଥାନାରେ ଦାୟର ହୋଇଥିଲା ମାମଲା
। ୨ ଲକ୍ଷ ଲେଖାଏଁ ୨ ଜଣ ଜମିଦାର ବଦଳରେ ଜାମିନ ମିଳିଛି । କ୍ରାଇମବ୍ରାଞ୍ଚରେ ଆକାଶ ଓ ସର୍ବେଶ୍ଵରଙ୍କ ମାମଲାର ଶୁଣାଣି ଆସନ୍ତା ଏପ୍ରିଲ ୧୨ ତାରିଖ ପାଇଁ ଧାର୍ୟ୍ୟ କରିଛନ୍ତି ହାଇକୋର୍ଟ ।
ସୂଚନାନୁସାରେ, ଏହା ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିସାରିଛି । କ୍ରାଇମବ୍ରାଞ୍ଚ ମାମଲାରେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ୨୪ ଲକ୍ଷ ଟଙ୍କା କ୍ୟାସ୍ ସ୍ୟୁରିଟି ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ତାଙ୍କ ନାମରେ ଅନ୍ୟ ମାମଲା ରହିଥିବାରୁ ସେ ଜେଲରୁ ମୁକୁଳିପାରିବେ ନାହିଁ ବୋଲି ସୂଚନା ମିଳିଛି। ଆକାଶ ପାଠକ ଲିଙ୍କରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡିସେମ୍ବର ୪ ତାରିଖରେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।