ସ୍ଵାସ୍ଥ୍ୟକୁ ନେଇ ଜନସାଧାରଣଙ୍କ ମାଳ ମାଳ ଯୋଜନା ଥିଲେ ବି ଯୋଜନା ଅପହଞ୍ଚ। ଯାହାର ଫାଇଦା ନେଉଛି ପଡୋଶୀ ଆନ୍ଧ୍ରର ଜଣେ କ୍ୟାକ୍ ଡାକ୍ତର। ଏହି ଡାକ୍ତରଙ୍କର ନା ଅଛି ଯୋଗ୍ୟତା ନା ଅଛି ଚିକିତ୍ସା ଉପରେ ଅଭିଜ୍ଞତା। କିନ୍ତୁ ଦୀର୍ଘଦିନ ଧରି ତାଣ୍ଡବାଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ କ୍ଵାଟର୍ସରେ ରହି ସ୍ଥାନୀୟ ଅଞ୍ଚଳରେ ରୋଗୀଙ୍କ ସେବା କରୁଥିବାର ଜଣାପଡିଛି। ଝରକାରେ ସାଲାଇନ ଟାଙ୍ଗୀ କୋଠରି ଭିତରେ ରୋଗୀଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଉଛି। ସୂଚନା ପାଇଁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ବେଳେ ଚମ୍ପଟ ମାରିଲେ କ୍ଵାକ୍। ସେପଟେ, ଏ ନେଇ ତାଣ୍ଡବାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ କିଛି ଜାଣିନଥିବା କହିଛନ୍ତି।
ତେବେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏ ଚିତ୍ର କେବଳ ଯେ ସ୍ଵାସ୍ଥ୍ୟ ସେବାକୁ ଆଘାତ ଦେଉଛି ତାହା ନୁହେଁ, ରାଜ୍ୟରେ ଏଭଳି ଅନେକ ସମୟରେ ସ୍ଵାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: