କଳାହାଣ୍ଡି : ସାମ୍ନାକୁ ଆସିଲା ସ୍ବାସ୍ଥ୍ୟ ବିଭାଗର ବିକଳ ଚିତ୍ର । ବିଜୁଳି ନଥିବାରୁ ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀ ଚିକିତ୍ସା । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟୁ ଆସିଛି ଏହି ଅଭାବନୀୟ ଦୃଶ୍ୟ । MCH ବିଲଡିଂ ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ ନଥିବାରୁ ରୋଗୀଙ୍କୁ ଅନ୍ଧାରି ଚିକିତ୍ସା କରାଯାଇଥିଲା । ଏଥିସହ ଏହି ମୁଖ୍ୟ ଚିକିତ୍ସାଳୟ ଭିତରର ବ୍ୟବସ୍ଥା ମଧ୍ୟ ଶୋଚନୀୟ ଥିଲା । ଏଥିସହ ଏହାର ଚର୍ତୁପାର୍ଶ୍ବ ମଧ୍ୟ ବେଶ ଅପରିଷ୍କାର ଏବଂ ଅପରିଚ୍ଛନ୍ନ ଥିଲା.
ଅର୍ଗସ ବ୍ୟୁରୋ: ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା । ଲାଲବାଗଚା ଗଣେଶ ପୂଜା ଦେଶ ସମେତ ବିଦେଶରେ ବି ପ୍ରସିଦ୍ଧ । ଯେଉଁଠିକୁ ବାପ୍ପାଙ୍କ ଦର୍ଶନ ପାଇଁ ଦେଶ ତଥା ବିଦେଶରୁ ବି ଶ୍ରଦ୍ଧାଳୁଙ୍କ ଭିଡ ଜମେ । ଏଠାରେ ବଡ ବଡ ତାରକା ଓ ବଲିଉଡ ରାନଜେତାଙ୍କ ଭିଡ ଜମେ । ବାପ୍ପାଙ୍କ ଦର୍ଶନ କରି ହସ୍ତଖୋଲା କରି ଦାନ ଦିଅନ୍ତି ଶ୍ରଦ୍ଧାଳୁ ।
ତେବେ ଚଳିତ ବର୍ଷ ଲାଲବାଗଚା ରାଜା ଗଣେଷ ପୂଜା ମଣ୍ଡପକୁ ଦୁଇ ଦିନ ମଧ୍ୟରେ ଏକ କୋଟିରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଛି । ପ୍ରଥମ ଦିନ ଏହି ପୂଜା ମଣ୍ଡପକୁ ୪୦ ଲକ୍ଷ ଟଙ୍କାର ଦାନ ମିଳିଥିଲା ଓ ଦ୍ଵିତୀୟ ଦିନ ଏଥିରେ ଵୃଦ୍ଧି ହୋଇ ୬୦ ଲକ୍ଷ ୬୨ ହଜାରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା । ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ଵାନୀଙ୍କ ପୁଅ ଅନନ୍ତ ଅମ୍ଵାନୀ ମଧ୍ୟ ମୋଟା ଆକାର ଟଙ୍କା ଲାଲବାଗଚା ରାଜାଙ୍କୁ ଦାନ ଆକାରରେ ଦେଇଥିଲେ। ଯାହା ପାଇଁ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ଵର୍ତ୍ତମାନ ସୁଦ୍ଧା ଲାଲବାଗଚା ରାଜାଙ୍କୁ ୧୮୩ ଗ୍ରାମ ସୁନା ଓ ୬୨୨ ଗ୍ରାମ ରୁପା ଶ୍ରଦ୍ଧାଳୁଙ୍କ ନିକଟରୁ ମିଳିଛି। ୧୯୩୪ ମସିହାରୁ ପୁତଲାଵି ଚୌଲରେ ଲାଲବାଗଚା ରାଜାଙ୍କ ପୂଜାର୍ଚ୍ଚନା ହୋଇ ଆସୁଛି। ସେପ୍ଟେମ୍ଵର ୧୯ରୁ ୨୯ ୧୦ ଦିନ ଧରି ମୁମ୍ଵାଇରେ ଵିଘ୍ନଵିନାଶକ ଗଣେଶଙ୍କ ଆଗମନ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ।
ସୁନାର ମୁକୁଟ , ଗଣେଶଙ୍କ ପାଇଁ ସ୍ଵତନ୍ତ୍ର ଗଦା, ସୁନା ଓ ରୂପାର ଗଣେଶ ପ୍ରତିମା, ଗଣେଶ ଓ ଲକ୍ଷ୍ମୀ ଵିରାଜିତ ଥିଵା ସୁନା ଓ ରୂପାର ଅନେକ କଏନ, ଦାମୀ ସୁନା ଚେନ, ସୁନା ମୁଦି, ରୂପାର ମୂଷା, ପିତଳ ଘଣ୍ଟି, ରୂପା ଓ ସୁନାରେ ତିଆରି ଗଣେଷ ଭଗଵାନଙ୍କ ପ୍ରିୟ ପ୍ରସାଦ ମୋଦକ, ସୁନା ଏଵଂ ରୁପାର ଖଟ, ସୁନାରେ ତିଆରି ଘର କିଛି ଆଭୁସଣ ଯେପରି - ଖଡୁ, କାନର ନୋଳି, ରୁପାର ପାଦୁକା, ମୁକୁଟ,ହାର, ରୁପାର ପାଉଁଜି, ଗଦା ଆଦିକୁ ଶ୍ରଦ୍ଧାଳୁ ମାନେ ଦାନ ଆକାରରେ ଦେଇଛନ୍ତି । କେଵଳ ଭାରତୀୟ ମୁଦ୍ରା ନୁହଁ ଡଲାର ମଧ୍ୟ ଦାନ ଆକାରରେ ମିଳିଛି ।
ଆହୁରି ପଢନ୍ତୁ ଭାରତ ଖବର...
ଭୁବନେଶ୍ୱର : ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟୁରିଜିମ ମେଳା । ୩ଦିନ ଧରି ହୋଟେଲ ପାଲ ହାଇଟରେ ଚାଲିବ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟ ତାଙ୍କର ପର୍ଯ୍ୟଟନ ସ୍ଥଳକୁ ନେଇ ବିଶେଷ ଆଲୋଚନା କରାଯିବ। ଓଡ଼ିଶାରେ ରହୁଥିବା ଲୋକମାନେ ଅନ୍ୟ ରାଜ୍ୟ ବୁଲିବାକୁ ଯିବାକୁ ଚାଂହୁଥିଲେ ସେମାନଙ୍କ ସୁବିଧା ପାଇଁ କଣ କଣ କରାଯାଇପାରେ ତାହା ଉପରେ ମଧ୍ୟ ଆଲୋଚନା ହେବ। ଓଡିଶା ମଧ୍ୟ ସେଥିରେ ଭାଗ ନେଇଛି। ଓଡ଼ିଶାରେ ହୋଇଥିବା ପର୍ଯ୍ୟଟନ ସ୍ଥଳକୁ ମଧ୍ୟ କିଭଳି ଅଧିକ ଆଗକୁ ନିଆଯାଇପାରେ ତାହା ଉପରେ ଆଲୋଚନା କରାଯିବ।
ଅଧିକ ପଢନ୍ତୁ ଓଡିଶା ଖବର
ଏପରି କାର୍ଯ୍ୟକ୍ରମ ଦ୍ବାରା ଜନ ସାଧାରଣ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେବେ .ଏବଂ ପର୍ଯ୍ୟଟନ ଦ୍ବାରା ଆର୍ଥିକ ଉନ୍ନତି ମଧ୍ୟ କିପରି ହେବ, ସେଥିପାଇଁ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି. ଏହା ଖୁବ ଛୋଟ ପଦକ୍ଷେପ, ଏହାକୁ ବଡ କରିବା ପାଇଁ ସରକାର ସାହାଯ୍ୟ କଲେ ଏହା ଆହୁରି ଭଲ ଭାବରେ ହେବାସହ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତି ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଛି.
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି