ଅର୍ଗସ ବ୍ୟୁରୋ : ପାଟଣାଗଡ ସବ ଡିଭିଜନ ଖପ୍ରାଖୋଲ ବ୍ଲକର ଏକ ଛୋଟ ଗାଁ କୁଇମୁଣ୍ତା । ଗାଁର ମୋଟ ଜନ ସଂଖ୍ୟା ପ୍ରାୟ ୨୦୦ । ଲୋକେ ଜଙ୍ଗଳଜାତ ଦ୍ରବ୍ୟ ତଥା ଚାଷ କରି ଚଳନ୍ତି । କିନ୍ତୁ ଏଯାଏ ବି ଲୋକଙ୍କ ପାଖକୁ ପହଞ୍ଚି ପାରିନି ମୌଳିକ ସୁବିଧା । ନା ଅଛି ଗାଁକୁ ରାସ୍ତା ନା ଅଛି ପାଣି ଓ ବିଦ୍ୟୁତ । ଅନେକ ସମସ୍ୟାରେ ଜୀବନଜାପନ କରୁଛନ୍ତି ଗାଁ ଲୋକେ । ନିଜେ ଗାଁକୁ ପହଞ୍ଚି ଲୋକଙ୍କ ପାଇଁ ରାସ୍ତା ଓ ବିଦ୍ୟୁତ ସେବା ପହଞ୍ଚାଇବାକୁ କଥା ଦେଇଛନ୍ତି ଉପ ଜିଲ୍ଲାପାଳ ବିଜୟାନନ୍ଦ ସେଠୀ ଉପଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି।
ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ ସରକାରୀ ଗାଡି, ଗାଁକୁ ପହଞ୍ଚି ପାରିଲା ନାହିଁ । ଗାଁଠାରୁ ୨ କିଲୋମିଟିର ଦୂରରେ ରହି ଗଲା । ଉପ ଜିଲ୍ଲାପାଳ ଏବଂ ବିଦ୍ୟୁତ ବିଭାଗ ସହ ଜଙ୍ଗଲ ବିଭାଗର ପ୍ରଶାସନିକ ଅଧିକାରୀ ଗାଁ ଲୋକଙ୍କ ସହ ଚାଲି ଚାଲି ଗାଁକୁ ପହଞ୍ଚିଲେ । ଲୋକେ ଯାହା ଅଭିଯୋଗ କରୁ ଥିଲେ, ଗାଁକୁ ଯିବାକୁ ରାସ୍ତା ନାହିଁ, ବିଜୁଳି ଶହ ପିଇବା ପାଣିର ଅଭାବ ରହିଛି, ଏହାକୁ ହୢଦୟଙ୍ଗମ କଲେ ଓ ଉପଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ସତ ଥିବା ଜାଣି ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭିନ୍ନ ବିଭାଗ କୁ ନିର୍ଦ୍ଦେଶ ଦେଲେ ।