ଅଧିକ ପଢନ୍ତୁ: ବେଆଇନ ବାସଗୃହ ଉଚ୍ଛେଦ
ଫଳରେ ବାଇକ ଅରୋହୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ଅର୍ଗସ ବ୍ୟୁରୋ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ୨ ଗୁରୁତର । ପାଟଣାଗଡ଼ ଉପଖଣ୍ଡର ସୀମା ନିକଟବର୍ତ୍ତୀ ଟିକ୍ରାପଡା ଥାନା ଦେଓଗାଁ ଆଶ୍ରମ ନିକଟରେ ଏକ ଅଜଣା ଗାଡି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ।
ଅଧିକ ପଢନ୍ତୁ: ବେଆଇନ ବାସଗୃହ ଉଚ୍ଛେଦ
ଫଳରେ ବାଇକ ଅରୋହୀର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ୨ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ
ବଲାଙ୍ଗିର: ଗୋଚର ଜମି ଯବର ଦଖଲ କୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ଅନ୍ତର୍ଗତ ବାହାଲବୁକା ଏବଂ ଗଣ୍ଡବାହାଲ ମଧ୍ୟରେ ସଂଘର୍ଷ ଘଟିଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ବାହାଲବୁକା ଗ୍ରାମରେ ଥିବା ଗୌଚର ଜମିକୁ ଗଣ୍ଡବାହାଲ ଗ୍ରାମର କିଛି ବ୍ୟକ୍ତି ଜେସିବି ଆଣି ଜମି ସାଯିବା ପାଇଁ ପ୍ରୟାସ ଆରମ୍ବ କରିଥିବା ବେଳେ ଏହାକୁ ବାହାଲବୁକା ଗ୍ରାମର ଏସଏଚଜି ମହିଳା ମାନେ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମହିଳା ମାନଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଜଣେ ବୃଦ୍ଧାଙ୍କୁ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିବା ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ରାଜ୍ୟରେ ଏମିତି ଚାଲିଛି ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା । ଟଙ୍କା ନେଇ ଉପରିସ୍ଥ ଅଧିକାରୀ ଆଶାୟୀଙ୍କୁ ଦେଉଛନ୍ତି ଚାକିରି । ପୁଣି ଚୁକ୍ତି ମୁତାବକ ପଇସା ଦେଇନପାରିଲେ ଚାକିରିରୁ ବାହାର କରୁଛନ୍ତି । ଉପରିସ୍ଥ ଅଧିକାରୀ ଧମକ ମଧ୍ୟ ଦେଉଛନ୍ତି, ଅଭିଯୋଗ କଲେ ବି ତାଙ୍କର କେହି କିଛି କରିପାରିବେନି ବୋଲି କହୁଛନ୍ତି ।
ପୁଣି ବିଭାଗରେ ତଳୁ ଉପର ଯାଏ ସମସ୍ତେ ପଇସା ଖାଉଥିବା ସ୍ବୀକାର ମଧ୍ୟ କରୁଛନ୍ତି । ଆମେ ଆପଣଙ୍କୁ ଏହାର ପ୍ରମାଣ ମଧ୍ୟ ଦେଉଛୁ । ଶୁଣନ୍ତୁ ଏବେ ଛଟେଇ ହୋଇଥିବା ଧନ୍ଦାମୂଳକ ପ୍ରଶିକ୍ଷକ ମୟୂରଭଞ୍ଜ ଜିଲ୍ଲାର ସମ୍ବିତ ନାଏକ ଓ ଆସେନସିଭ ଡିରେକ୍ଟର ସୌମ୍ୟରଞ୍ଜନ ସାହୁଙ୍କ ମଧ୍ୟରେ ଫୋନ ବାର୍ତ୍ତାଳାପ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ମୃତ୍ୟୁ ମାମଲା। ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ମାଗିଲେ ହାଇକୋର୍ଟ। ପୋଲିସ ନିଷ୍କ୍ରୟତା ନେଇ ହାଇକୋର୍ଟରେ ଦାୟର ମାମଲାର ଶୁଣାଣୀ କରି ତଦନ୍ତର ଅଗ୍ରଗତି ରିପୋର୍ଟ ମାଗିଛନ୍ତି କୋର୍ଟ। ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ମୃତ୍ୟୁର ତଦନ୍ତର ଅଗ୍ରଗତି ନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ।
ଡିଜେ ଆଜେକ୍ସଙ୍କ ମାଁ ଲକ୍ଷ୍ମୀପ୍ରିୟା ମହାରଣାଙ୍କ ପକ୍ଷରୁ ଦାୟର ପୋଲିସ ନିଷ୍କ୍ରିୟତା ମାମଲାର ଶୁଣାଣୀ କରି ବିଚାରପତି ଗୌରୀଶଙ୍କର ଶତପଥୀଙ୍କ ଅବକାଶକାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ଖାରବେଳନଗର ଥାନାରେ ଏତଲା ଦିଆଯାଇଥିଲା। ଆସନ୍ତା ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ।
ଅଧିକ ପଢନ୍ତୁ ଓଡିଶା ଖବର