କେବଳ ସେତିକି ନୁହେଁ, ସାର୍ଟିଫିକେଟ୍ ପାଇଁ ଆବେଦନ କଲେ ପ୍ରାୟ ସପ୍ତାହେରୁ 15 ଦିନ ମଧ୍ୟରେ ପ୍ରମାଣ ପତ୍ର ମିଳିଥାଏ । ହେଲେ ଜିଲ୍ଲା ବାହାରୁ ଆସୁଥିବା ଗରିବ ଲୋକେ ପ୍ରମାଣପତ୍ର ଠିକ ସମୟରେ ପାଇ ପାରୁନାହାନ୍ତି । କାରଣ ଦଲାଲଙ୍କୁ ଟଙ୍କା ନଦେଲେ ପ୍ରମାଣ ପତ୍ର ମିଳିବାରେ ଅଫିସ କର୍ମଚାରୀମାନେ ଜାଣିଶୁଣି ବିଳମ୍ବ କରୁଛନ୍ତି । ସେପଟେ ଦଲାଲଙ୍କ ଏଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବୁର୍ଲା ଏନଏସି କାର୍ଯ୍ୟାଳୟର ସ୍ୱାସ୍ଥ୍ୟ ପରିଦର୍ଶକ ।
ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଦେବାକୁ ପଡୁଛି ଟଙ୍କା

ସମ୍ବଲପୁର : ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଦେବାକୁ ପଡୁଛି ଟଙ୍କା । ବୁର୍ଲା ଏନଏସିରୁ ଆସିଲା ସାଘାଂତିକ ଅଭିଯୋଗ । ସାର୍ଟିଫିକେଟ ପାଇବାକୁ ହେଲେ କେତେବେଳେ 200 ତ କେତେବେଳେ 500 ଟଙ୍କା । ଆଉ ଯଦି ଶୀଘ୍ର ସାର୍ଟିଫିକେଟ ଦରକାର ତାହେଲେ 1000 ଟଙ୍କା ନେଉଛନ୍ତି ଦଲାଲ । ଆଉ ଏଥିରେ ଦଲାଲଙ୍କ ସହ କିଛି ଦୁର୍ନୀତିଖୋର ସରକାରୀ କର୍ମଚାରୀ ବି ସାମିଲ ଥିବା ଅଭିଯୋଗ ହୋଇଛି । ଏନଏସି ଅଫିସରେ ଦଲାଲମାନଙ୍କ ଏଭଳି କାମକୁ କର୍ମଚାରୀମାନେ ପ୍ରୋତ୍ସାହନ ଦେଉଛନ୍ତି ଅଭିଯୋଗ କରିଛନ୍ତି ଲୋକେ ।
Download Argus News App
