ଗତ ୧୧ ତାରିଖରେ ନାବାଳିକା ଓ ତାଙ୍କ ସାନ ଭଉଣୀ ଘରେ ଏକାକୀ ଥିବା ସମୟରେ ଅର୍ଜୁନ କୁମାର ନାମକ ଜଣେ ଯୁବକ ଓ ତାଙ୍କ ସହଯୋଗୀ ଘରେ ପଶି ନାବାଳିକାକୁ ବଳପୂର୍ବକ ମୁହଁରେ କପଡା ବାନ୍ଧି ଏକ ନୀଳ ରଙ୍ଗର କାରରେ ଅପହରଣ କରି ନେଇଥିଲେ। ଏନେଇ ସ୍ଥାନୀୟ ଅଂଚଳର ଯୁବକ ଅର୍ଜୁନ କୁମାର ନାଏକ ର ହାତ ଥିବା ନେଇ ପରିବାର ପକ୍ଷରୁ ଚାନ୍ଦିଲି ଥାନାରେ ଏକ ଏତଲା ଦିଆଯାଇଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ପୋଲିସ।
ନାବାଳିକାଙ୍କୁ ଅପହରଣ ମାମଲାରେ ଟେର୍ ପାଉନି ପୋଲିସ୍

ରାୟଗଡ଼ା : ନାବାଳିକାଙ୍କୁ ଅପହରଣ। ଅପହରଣକାରୀଙ୍କ ଟେର ପାଉନି ପୋଲିସ। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଚାନ୍ଦିଲି ଅଞ୍ଚଳରେ। ଘରେ କେହି ନ ଥିବାର ସୁଯୋଗ ପାଇ ୧୬ ବର୍ଷିୟ ନାବାଳିକା ପାୟଲ ଚୈାରାସିଆକୁ ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ପାୟଲଙ୍କ ବାପା ଜଣେ ଡ୍ରାଇଭର ହୋଇଥିବାରୁ ସେ ବାହାରକୁ ଯାଇଥିବା ବେଳେ ମା ଚିକିତ୍ସାଳୟକୁ ଯାଇଥିଲେ।
Download Argus News App
