Argus Update News 11Am
ଭୁବନେଶ୍ୱର: ବର୍ଷିୟାନ ଅଭିନେତା ଶ୍ରୀ ରବି ମିଶ୍ରଙ୍କ ବିୟୋଗରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୰ମିଶ୍ର ବହୁ ଚଳଚ୍ଚିତ୍ର ଓ ଟେଲି ଧାରାବାହିକରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ।
ରବିବାବୁଙ୍କ ମୃତ୍ୟୁ କଳାଜଗତ ପାଇଁ ଅପୂରଣୀୟ କ୍ଷତି । ସ୍ୱର୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶ୍ରୀ ପଟ୍ଟନାୟକ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।