ଆଗରୁ ମଧ୍ୟ ଅନେକ ହତ୍ୟାକାଣ୍ଡ ସେଠାରେ ଘଟିଛି। କିନ୍ତୁ ଏଗୁଡିକ ପଛ ର ପ୍ରକୃତ କାରଣ ସାମ୍ନାକୁ ଆସିବା ଦରକାର। କ୍ରାଇମବ୍ରାଞ୍ଚ କେତୋକି କେଶ ହାତକୁ ନେଇଛି କେତୋଟି ସଫଳ ହୋଇଛି ତାହାର ଉତ୍ତର ଦିଅନ୍ତୁ ସରକାର।
ମୁଖ୍ୟମନ୍ତ୍ରୀ ନିରବ କାହିଁକି? ଏବେ ଅଭିଯୁକ୍ତକୁ ପାଗଳ କହି ତଦନ୍ତ କରୁଛନ୍ତି। ଧୀରେ ଧୀରେ ମାମଲା ଚାପି ଦେବେ। ହତ୍ୟାକାଣ୍ଡ ପଛର କାରଣ ଉପରେ ମୁଖ୍ୟମନ୍ତ୍ରୀ ମୁଁହ ଖୋଲି କୁହନ୍ତୁ ନହେଲେ ଏସ ଆଇ ଟି କିମ୍ବା ସିବିଆଇ କୁ ତଦନ୍ତ ଭାର ଦିଅନ୍ତୁ। କଂଗ୍ରେସ ଏ ପ୍ରସଙ୍ଗ କୁ ନେଇ ରାଜ ରାସ୍ତା କୁ ଓହ୍ଲାଇବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।