ଅନ୍ୟ ଚାଉଳ ଭାଜି ହୋଇଥିବା ବେଳେ, ସରକାର ମିଶେଇଥିବା ହଳଦିଆ ଚାଉଳ ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି। ରାଜ୍ୟରେ ପିଡିଏସ୍ ଚାଉଳରେ ଅପମିଶ୍ରିତ ହେଉଥିବାର ଏ ହେଉଛି ଭୟାନକ ଦୃଶ୍ୟ। ଏହି ଚାଉଳକୁ ରୋଷେଇ କଲେ ରବର ପରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଆମେ କଟକ ଯୋଗାଣ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ସିଏ କହିଥିଲେ ଯେ ସରକାର ଭିଟାମିନ ଚାଉଳ ମିଶାଉଛନ୍ତି କିଛି ବି ଅସୁବିଧା ନାହିଁ।
ପୂର୍ବରୁ ମଧ୍ୟ ପିଡିଏସରେ ଅପମିଶ୍ରିତ ଚାଉଳକୁ ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ବର, କୋରାପୁଟ ଓ ସୁନ୍ଦରଗଡରେ ବି ଦେଖିବାକୁ ମିଳୁଛି ସମାନ ଦୃଶ୍ୟ। ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦେଶର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି । ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ହୋଇଛି ଓଡ଼ିଶା। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି ।
ଅର୍ଗସ ବ୍ୟୁରୋ: ସରକାର ଦେଉଥିବା ପିଡିଏସ ଚାଉଳକୁ ନେଇ ଲୋକେ ଆତଙ୍କିତ। ଚାଉଳ ଅପମିଶ୍ରିତ ହୋଇଥିବା ଅଭିଯୋଗ। ଚାଉଳରେ ପ୍ଲାଷ୍ଟିକ ଚାଉଳ ନେଇ ଭୟଭୀତ ଅବସ୍ଥାରେ ଲୋକେ। ତେବେ ରାଜ୍ୟରେ ପୂର୍ବରୁ ମଧ୍ୟ ଅନେକ ସ୍ଥାନରୁ ପିଡିଏସ୍ ଚାଉଳରେ ଅପମିଶ୍ରିତ ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପଲିସାହି ପଞ୍ଚାୟତର 1 ନମ୍ବର ୱାର୍ଡର ଦୃଶ୍ୟ। ଯେଉଁଠି ବାହାରେ ଗ୍ୟାସରେ ଲୋକେ ଗୋଟେ ପଟେ ଚାଉଳ ଓ ଅନ୍ୟପଟେ ପିଡିଏସ ଚାଉଳରେ ମିଶିଥିବା ହଳଦିଆ ରଙ୍ଗ ଚାଉଳ ଭାଜୁଛନ୍ତି।
ଅନ୍ୟ ଚାଉଳ ଭାଜି ହୋଇଥିବା ବେଳେ, ସରକାର ମିଶେଇଥିବା ହଳଦିଆ ଚାଉଳ ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି। ରାଜ୍ୟରେ ପିଡିଏସ୍ ଚାଉଳରେ ଅପମିଶ୍ରିତ ହେଉଥିବାର ଏ ହେଉଛି ଭୟାନକ ଦୃଶ୍ୟ। ଏହି ଚାଉଳକୁ ରୋଷେଇ କଲେ ରବର ପରି ହେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଆମେ କଟକ ଯୋଗାଣ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ସିଏ କହିଥିଲେ ଯେ ସରକାର ଭିଟାମିନ ଚାଉଳ ମିଶାଉଛନ୍ତି କିଛି ବି ଅସୁବିଧା ନାହିଁ।
ପୂର୍ବରୁ ମଧ୍ୟ ପିଡିଏସରେ ଅପମିଶ୍ରିତ ଚାଉଳକୁ ନେଇ ଅଭିଯୋଗ ହୋଇଥିଲା। ବାଲେଶ୍ବର, କୋରାପୁଟ ଓ ସୁନ୍ଦରଗଡରେ ବି ଦେଖିବାକୁ ମିଳୁଛି ସମାନ ଦୃଶ୍ୟ। ରାଜ୍ୟରେ ବଣ୍ଟନ ହେଉଥିବା ପିଡିଏସ ଚାଉଳ ଅପମିଶ୍ରିତ ହେବା ଖବରର ତୁରନ୍ତ ତଦନ୍ତ କରିବା ସହ ପୁଷ୍ଟିଯୁକ୍ତ ଚାଉଳର ବଣ୍ଟନ ବିଷୟରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ଖାଉଟି ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ଯୋଗାଣ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଦେଶର କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରୁଛି । ଏହି ଯୋଜନାର ପ୍ରମୁଖ ଲାଭାର୍ଥୀ ହୋଇଛି ଓଡ଼ିଶା। ପ୍ରାୟ ୩.୨୫ କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ