ଅଧିକ ପଢନ୍ତୁ: କେନ୍ଦ୍ରୀୟ ଅବହେଳା ଅଭିଯୋଗ ଫାନ୍ଦରେ ନିଜେ ଫସିଲା ବିଜେଡି
ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଧିନ ପଦ୍ମପୁର ପଞ୍ଚାୟତରେ ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ପିଡିଏସ୍ ଚାଉଳ। ନଜର ପକାନ୍ତୁ ଏହି RTI ରିପୋର୍ଟ ଉପରେ। ( VIZ-1) ହିତାଧିକାରୀଙ୍କ ନାଁ ତିଳୋତମା ସାମଲ, ସ୍ବାମୀ ରାମକୃଷ୍ଣ ସାମଲ। ଯାହାଙ୍କର ମୃତ୍ୟୁ ୨୦ ମେ ୨୦୨୧ ରେ ହୋଇସାରିଛି। ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ମଧ୍ୟ ପାଇଛନ୍ତି ପରିବାର। କିନ୍ତୁ ୨୦୨୧ରୁ ୨୦୨୩ ପର୍ଯ୍ୟନ୍ତ ତାଙ୍କ ନାଁରେ ଉଠିଛି ପିଡିଏସ୍ ଚାଉଳ।ଠିକ୍ ସେହିପରି ଗାଁର ଗଙ୍ଗା ନାରାୟଣ ପଣ୍ଡାଙ୍କ ମୃତ୍ୟୁକୁ ପୁରିଲାଣି ଦୁଇ ବର୍ଷ। ଏବେବି ଉଠୁଛି ତାଙ୍କ ନାଁରେ ଚାଉଳ।
ପତ୍ନି ମଞ୍ଜୁଲତା କହିଛନ୍ତି, ସେ ଜୀବନରେ କେବେ ଚାଉଳ ଆଣିବାକୁ ଯାଇ ନାହାଁନ୍ତି କି ତାଙ୍କର କାର୍ଡ ମଧ୍ୟ ନାହିଁ ।ସ୍ଥାନୀୟ ଲୋକଙ୍କ ଅଭିଯୋଗ କଣ୍ଟ୍ରୋଲ ଡିଲରଙ୍କ ସହ ମିଶି ଚଳୁ କରିଛନ୍ତି କୋଟି କୋଟି ଟଙ୍କା।ପ୍ରଶ୍ନ ଉଠୁଛି ଯଦି ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ଚାଉଳ ନେଉ ନାହାଁନ୍ତି ତାହେଲେ ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ଚାଉଳ ନେଉଛି କିଏ ? ଏ ବାବଦରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମୁହଁ କାହିଁକି ଚୁପ୍ ? ଅଭିଯୋଗ ସତ୍ତ୍ବେ କାହିଁକି ଏବେସୁଦ୍ଧା ହୋଇନି କାର୍ଯ୍ୟାନୁଷ୍ଠାନ ?
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ