ମୟୂର ଚୋରା ଚାଲାଣ ପାଇଁ ଏକ ରାକେଟ କାମ କରୁଥିବାବେଳେ ବନବିଭାଗର କିଛି ଅସାଧୁ କର୍ମଚାରୀ ମଧ୍ୟ ତାଙ୍କ ସାଙ୍ଗରେ ମିଶି ଏହି କାରବାର ଚଳାଇଛନ୍ତି । ବିଶେଷ ଭାବେ ଏହି ମୟୂର ଚାଲାଣ ଏବେ କୁତ୍ରା ଥାନା ଅଂଚଳରେ ଦେଖିବାକୁ ମିଳିଛି ।
ଜିଲ୍ଲାର ବଡଗାଁ ଫରେଷ୍ଟ ରେଂଜର ନୁଆଁଗାଁ ପଂଚାୟତର ରଙ୍ଗାପାଟି ଅଞ୍ଚଳରେ ବହୁଳ ଭାବେ ମୟୂର ଥିବାରୁ ଏହି ଅଞ୍ଚଳରେ ଶିକାରୀମାନେ ଆଡ୍ଡା ଜମାଇଛନ୍ତି । ଜଙ୍ଗଲକୁ ଯାଇ ସେଠାରେ ମୟୂର ଛୁଆ ଧରିବା ପରେ ତାକୁ ଆଣି ବାହାରେ ବିକ୍ରି କରୁଥିବା ନେଇ କହିଛନ୍ତି ଶିକାରୀ । ଅନ୍ୟପଟେ ଏନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।