ନିଜର ପତିଆରା ବୃଦ୍ଧି କରିବା ଓ କମ୍ପାନୀରେ ଠିକାଦାର କରିବା ଲକ୍ଷ୍ୟ ନେଇ ଏଭଳି ଧାରଣା ଓ ବିକ୍ଷୋଭ କରାଯାଉଥିବା କୁହାଯାଉଛି | କମ୍ପାନୀକୁ ଆଖି ଆଗରେ ରଖି ବିଭିନ୍ନ ନେତା ଓ ଠିକାଦାର ଉଦ୍ଦେଶ୍ୟ ରଖିଥିବା ଗୋଷ୍ଠୀ ଏବେ କମ୍ପାନୀ ଫାଟକ ଆଗରେ ଧାରଣା ଆଉ ଧର୍ମଘଟ କରୁଥିବା ବେଳେ ଆଜି ବିଜେପି ପକ୍ଷ୍ୟରୁ ଏକ ବ୍ୟାନରରେ ଧାରଣା ଦିଆଯାଇଥିଲା | ଶେଷରେ କମ୍ପାନୀର ଦୁଇ ଅଧିକାରୀ ଆଜି ସେମାନଙ୍କୁ ବୁଝାସୁଝା କରିବା ଓ ଆସନ୍ତା 5 ତାରିଖରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି |
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।