ପିଇବା ପାଇଁ ମିଳୁନି ଶୁଦ୍ଧ ପାନୀୟ ଜଳ। ରାୟଗଡା ଜିଲ୍ଲା ତାଡ଼ମା ପଞ୍ଚlୟତ ଅନ୍ତର୍ଗତ ଲୁହାଖାଲ ଗ୍ରାମବାସୀ ଭୋଗୁଛନ୍ତି ଜଳକଷ୍ଟ । ଗ୍ରାମରେ ୫୦ରୁ ଅଧିକ ପରିବାର ଥିବାବେଳେ ପାଖାପାଖି ୨୦୦ରୁ ଅଧିକ ଲୋକ ବସବାସ କରନ୍ତି। ହେଲେ ଏମାନଙ୍କ ନିମନ୍ତେ ପାନୀୟ ଜଳ ଯୋଗାଣ ପାଇଁ ମାତ୍ର ଗୋଟିଏ ନଳକୂପର ବ୍ୟବସ୍ତା ଥିବା ବେଳେ ଗୋଟିଏ ସୋଲାର ଟ୍ୟାଙ୍କ ଲଗା ଯାଇଛି।
ହେଲେ ସୋଲାର ଟ୍ୟାଙ୍କ ଲାଗିବା ଏକମାସ ମଧ୍ୟରେ ଖରାପ ହୋଇ ପଡ଼ିଥିବା ବେଳେ ନଳକୂପରୁ ଲୁହାଗୁଣ୍ଡ ଓ ଗୋଳିଆ ପାଣି ବାହାରୁଛି। ଯାହା ଫଳରେରେ ଗ୍ରାମବାସୀ ବାଧ୍ୟ ହୋଇ ନିକଟରେ ଥିବା ଏକ ପାହାଡି ଝରଣା ପାଣି, ପିଇବା ଓ ଗାଧୋଇବା ନିମନ୍ତେ ବ୍ୟବହାର କରୁଛନ୍ତି। ତେଣୁ ଗ୍ରାମରେ ଥିବା କୁନି କୁନି ପିଲାମାନେ ଓ ଲୋକେ ନାନାଦି ରୋଗବ୍ୟାଧିର ଶିକାର ହେଉଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଦେଖାଦେଇଛି ଅସନ୍ତୋଷ।
ଅନେକ ବର୍ଷ ପୂର୍ବରୁ ଦୁର୍ଗମ ଉପାନ୍ତ ଅଞ୍ଚଳ ବାସୀ ଯେପରି ଜୀବନ ବିତାଉ ଥିଲେ ଆଜିବି ସେମାନେ ଠିକ ସେହିପରି ଜୀବନ କାଟୁଛନ୍ତି। କାରଣ ସେମାନଙ୍କ ପାଖରେ ଆଜିବି ରାଜ୍ୟ ସରକାରଙ୍କର ମାଳ ମାଳ ଯୋଜନା ଆପହଞ୍ଚ । କେବଳ ରାଜ୍ୟ ସରକାର ଏବଂ ପ୍ରଶାସନର ଅଣଦେଖା ହେତୁ ପରିଣାମ ଭୋଗୁଛନ୍ତି ଉପାନ୍ତ ଅଞ୍ଚଳ ବାସୀ।
ଅନ୍ୟପକ୍ଷେ ଯଦି କହିବା ଗ୍ରାମ ବାସୀ ଏନେଇ ଅନେକ ବାର ନେତା ଓ ଅଧିକାରୀ ମାନଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କାର୍ଯ୍ୟ ସୁନ ବୋଲି କହିଛନ୍ତି ଗ୍ରାମବାସୀ।ଅନ୍ୟ ପକ୍ଷରେ ବ୍ଲକ ଅଧିକାରୀଙ୍କୁ ଏବିଷୟରେ ପଚାରିବାରୁ ସେ ଏ ବିଷୟରେ ଅବଗତ ନଥିବା କଥା କହିଛନ୍ତି । ସରକାରଙ୍କ ମାଳମାଳ ଯୋଜନା ସତ୍ବେ ଦୁର୍ଗମରେ ଏସବୁ ଅପହଞ୍ଚ ।ତେଣୁ ଦୁର୍ଗମରେ ସାଧାରଣ ଲୋକେ କେବେ ଯେ ଏହାର ଲାଭ ପାଇବେ ତାକୁ ହିଁ ଅପେକ୍ଷା ।