ଅନ୍ୟପଟେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା ମୁତାବକ, ୨୦୧୯-୨୦୨୦ରେ ୨କୋଟି ୧୧ ଲକ୍ଷ ବାଇକ୍ ବ୍ୟବସାୟ ହୋଇଥିବା ବେଳେ ୨୦୨୦-୨୧ତାହା କମି ୧ କୋଟି ୩୫ ଲକ୍ଷ ରେ ପହଞ୍ଚିଛି। ସେହିପରି ୨୦୨୨-୨୩ ରେ ୧ କୋଟି ୫୫ ଲକ୍ଷ ବାଇକ୍ ବ୍ୟବସାୟ ହୋଇଛି। ଯାହାକି ଦର ବୃଦ୍ଧିର ଅନ୍ୟତମ କାରଣ ବୋଲି ମଧ୍ୟ କୁହାଯାଉଛି।ତେଣୁ ମହଙ୍ଗା ବାଇକ ଠୁ ଲୋକେ ମୁଁହ ଫେରାଇ କାର କିଣିବା ପ୍ରତି ଆଗ୍ରହ ବଢାଇଛନ୍ତି।
ଟେକ୍ନୋଲୋଜିର ଚାହିଦା ଓ ଲୋକଙ୍କ
ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଗାଡି ବଜାରକୁ ଆସୁଛି । ପୂର୍ବରୁ ଆସୁଥିବା ଗାଡି ତଳୁନାରେ ଏବେର ଗାଡିରେ ଅନେକ ସୁବିଧା ସୁଯୋଗ ରହିଛି । ଆଉ ସେପଟେ ଗାଡି ଧୂଆଁରେ କାର୍ବନ କମ୍ କରିବାକୁ ଯାଇ ନୂଆ ନୂଆ ଇଞ୍ଜିନର ଗାଡି ଆସୁଛି। ଯାହାର ଦାମ୍ ରେ ୨୫ ପ୍ରତିଶତ ବୃଦ୍ଧି ଘଟିଛି।
ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର