୨୪ ବର୍ଷ ପରେ ବି ଲାଗୁ ହେଲାନି ପେସା ଆଇନ୍ । ଯାହାର ମୂଳ ଲକ୍ଷ୍ୟ ଆଦିବାସୀଙ୍କ ପରମ୍ପରା ଓ ପ୍ରଥାକୁ ସୁରକ୍ଷା ଦେବା । ଆଇନ ଅନୁସାରେ ପଞ୍ଚାୟତକୁ ସର୍ବାଧିକ କ୍ଷମତା ମିଳିଥାଏ । କିନ୍ତୁ ବାସ୍ତବପକ୍ଷେ ଆଦିବାସୀ ଇଲାକାରେ ଶକ୍ତିହୀନ ପଞ୍ଚାୟତ । କାରଣ ଷଡ଼ଯନ୍ତ୍ର କରି ଆଦିବାସୀଙ୍କ ଅଧିକାରୀ ଛଡାଇ ନେବାର ପ୍ରକ୍ରିୟ ଜାରି ରଖିଛନ୍ତି ରାଜ୍ୟ ସରକାର । ବିନା ଜନଶୁଣାଣିରେ କମ୍ପାନୀ ପାଇଁ ଆଦିବାସୀଙ୍କ ଜମି ଓ ଜଳ ଛଡାଇ ନିଆଯାଉଛି । ଯାହାକୁ ଦେଖି ଆଦିବାସୀଙ୍କୁ ଘାରିଛି ସେମାନଙ୍କ ଜଳ, ଜଙ୍ଗଲ, ଜମିର ସୁରକ୍ଷା ଚିନ୍ତା ।
ରାଜ୍ୟରେ ୧୬ ଲକ୍ଷ ଆଦିବାସୀ ରହୁଛନ୍ତି । ଯେଉଁମାନଙ୍କ ଭିତରେ ୩୨ ପ୍ରକାରର ବିଭିନ୍ନ ଜାତିର । ସେମାନଙ୍କର ଜଳ, ଜମି ଓ ଜଙ୍ଗଲ ଉପରେ ମୂଳ ଅଧିକାର ଆଦିବାସୀଙ୍କର । ସେମାନଙ୍କ ସମ୍ପତ୍ତି ଓ ବାସସ୍ଥଳୀ ଉପରେ ଜଙ୍ଗଲ ଅଧିକାରକୁ ଠିକ୍ ଭାବେ ସ୍ବୀକୃତି ପ୍ରଦାନ କରାନଯାଇ ସେମାନଙ୍କ ପ୍ରତି ଐତିହାସିକ ଅନ୍ୟାୟ କରାଯାଇଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।