ଅର୍ଗସ ବ୍ୟୁରୋ : ନୂଆପଡ଼ା ସିନାପାଲି ବ୍ଲକ ସ୍ଥିତ ଲିଆଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ବିଭିନ୍ନ ଅବ୍ୟବସ୍ଥା ଦେଇ ଗତିକରୁଛି। ଯାହାକୁ ନେଇ ସ୍ବାସ୍ଥ୍ୟ ବ୍ୟବସ୍ଥାରୁ ବଞ୍ଚିତ ହେଉଛନ୍ତି। ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ମଖାପଦର ଗ୍ରାମପଞ୍ଚାୟତ ଓ ଗଣ୍ଡାବାହଲି ସମେତ ପଡ଼ୋଶୀ କଳାହାଣ୍ଡି ଅଞ୍ଚଳର ଜନସାଧାରଣ ନିର୍ଭର କରିଥାନ୍ତି। ହେଲେ ଆବଶ୍ୟକ ଡାକ୍ତର ନ ଥିବାରୁ ରୋଗୀ ମାନେ ହଇରାଣ ହେଉଛନ୍ତି। ସରକାରୀ ନିୟମ ଅନୁସାରେ ସ୍ବାସ୍ଥ୍ୟ କେନ୍ଦ୍ର ରେ ଜଣେ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ, ମହିଳା ସ୍ଵାସ୍ଥ୍ୟ କର୍ମୀ, ଷ୍ଟାଫ ନର୍ସ ରହିବା କଥା। ହେଲେ ଏଠାରେ ଜଣେ ଫାର୍ମାସିଷ୍ଟ ଓ ମହିଳା ସ୍ଵାସ୍ଥ୍ୟ କର୍ମୀ ଭରସାରେ ରୋଗୀ ସେବା ଚାଲିଛି।
ସ୍ଵାସ୍ଥ୍ୟ କେନ୍ଦ୍ରଟି ୨୦ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ଏଠାରେ କେବଳ ୩ଟି ଶଯ୍ୟା ଉପଲବ୍ଧ ରହିଛି। ଖାଲି ଖଟିଆ ପଡ଼ିଛି ହେଲେ ଗଦି ଉପଲବ୍ଧ ନାହିଁ। ଫଳରେ କାଠ ଉପରେ ପଡ଼ି ଚିକିତ୍ସିତ ହେଉଛନ୍ତି ରୋଗୀ। ବାରମ୍ବାର ଚିକିତ୍ସାଳୟ ସମସ୍ୟା ନେଇ ଗ୍ରାମବାସୀ ଦାବି ଜରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି।
ଅଧିକ ପଢନ୍ତୁ ଓଡିଶା ଖବର