ସ୍ଥାନୀୟ ଲୋକେ ପିକଅପ ଭିତରେ ୩ଟି ଷଣ୍ଡ ଥିବା ଦେଖିବାକୁ ପାଇଥିଲେ। ଷଣ୍ଡ ଥିବା ଦେଖି ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତେଜନା ଦେଖାଯିବା ସହ ପିକଅପ ଭ୍ୟାନକୁ ଭଙ୍ଗାରୁଜା କରିଥିଲେ । ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ବେଆଇନ ଭାବେ ଷଣ୍ଢ ଚାଲାଣ କରୁଥିବା ପିକଅପ ଭ୍ୟାନଟିକୁ ଜବଦ କରିବା ସହ ୩ ଟି ଷଣ୍ଡକୁ ଉଦ୍ଧାର କରିଥିଲା।
ଉଦ୍ଧାର ହୋଇଥିବା ୩ ଟି ମଧ୍ୟରୁ ଗୋଟିଏ ଷଣ୍ଡର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରୁ ପିକଅପ ଭ୍ୟାନର ଡ୍ରାଇଭର ଚମ୍ପଟ ମାରିଥିବା ବେଳେ, ଏଭଳି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।