ପୋଲିସକୁ ଦେଖି ପିକପ୍ ଭ୍ୟାନ ଚାଳକ ଫେରାର ହୋଇଯାଇଥିଲେ। ଗାଡ଼ିକୁ ଧରିବା ପରେ ଚାନ୍ଦବାଲି ପୋଲିସ ଥାନାକୁ ଆଣି ଅଧିକ ତଦନ୍ତ କରୁଛି, ଏଥିନେଇ ଚାନ୍ଦବାଲି ଥାନାରେ ଦୁଇଟି କେଶ ରୁଜୁ କରିବା ସହ ତଦନ୍ତ ଜାରୀ ରଖିଛି ପୋଲିସ୍ l ରାଜ୍ୟରେ ବେଆଇନ୍ ବାଲି ଚାଲାଣ ସହ କୋଲଲା ଚୋରୀ ମଧ୍ୟ ବଢିଚାଲିଛି। ପ୍ରଶାସନ ଏନେଇ କୌଣସି କଡା କାର୍ଯ୍ୟାନୁଷ୍ଠାନ ନେୋର ଏପର୍ଯ୍ୟନ୍ତ ଦେଖିବାକୁ ମିଳି ନାହିଁ। ଯାହାଦ୍ୱାରା ଚୋରୀ, ତଷ୍କରୀ ବଢିବାରେ ଲାଗିଛି।
୨ଟି ଚୋରା କୋଇଲା ବୋଝେଇ ପିକପ୍ ଭ୍ୟାନ ଜବତ

ଭଦ୍ରକ: ବିଳମ୍ବିତ ରାତ୍ରୀରେ ୨ଟି ଚୋରା କୋଇଲା ବୋଝେଇ ପିକପ୍ ଭ୍ୟାନକୁ ଜବତ କରିଛି ଚାନ୍ଦବାଲି ପୋଲିସ। କୋଇଲା ଗାଡ଼ି ଧାମରା ରେଳପଥରୁ ଚୋରା କୋଇଲା ନେଇ ଯଶିପୁର ଅଂଚଳରୁ ବାହାରି ଚାନ୍ଦବାଲି ଆସୁଥିଲା। ଖବର ପାଇ ଚୋରା କୋଇଲା ଗାଡ଼ିକୁ ଚାନ୍ଦବାଲି ପେଟ୍ରୋଲ ପମ୍ପ ନିକଟରୁ ଗାଡ଼ିକୁ ଧରିଥିଲେ ।
ବଢୁଛି ଡେଙ୍ଗୁ ସଂକ୍ରମଣ ଭୟ

ଭୁବନେଶ୍ୱର: ଡେଙ୍ଗୁ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ଏହି ସମୟରେ ଡେଙ୍ଗୁ ବଢେ, ଏବେ ମଧ୍ୟ କିଛିଟା ବଢୁଛି । ତେଣୁ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛୁ ବୋଲି ସେ କହିଛନ୍ତି । ମୌସୁମୀ ବର୍ଷା ଆରମ୍ଭ ହୋଇଥିବା ବେଳେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗ
Download Argus News App
