ଆଉ ସେହି ରୂପକୁ ଆଙ୍କିବା ଯେତିକି ସହଜ ସେତିକି କଷ୍ଟକର। ହେଲେ ତାଙ୍କ ହାତରେ ସତେ ଯେମିତି କାଳିଆ ହିଁ ନିଜକୁ ନିଜେ ଆଙ୍କିଦେଇ ଯାଉଛି। କେତେବେଳେ କାଳିଆର ନନ୍ଦିଘୋଷ ତ କେତେବେଳେ ମା’ ସୁଭଦ୍ରାଙ୍କ ଦର୍ପଦଳନ ତାଙ୍କରି ତୂଳିରେ ସମସ୍ତଙ୍କ ମନ ମୋହି ନେଉଛି। ଆଉ କେତେବେଳେ ବଡଭାଇ ବଳଭଦ୍ରଙ୍କ ଚିତ୍ର ବିଭୁ ମନସ୍କ କରୁଛି ମଣିଷକୁ। ସବୁକୁ ନିଖୁଣତାର ସହ ପ୍ରତିପାଦନ କରି ପାରୁଛନ୍ତି ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତ। ଘର ପୁରୀ ଦତ୍ତତୋଟା ଅଞ୍ଚଳରେ।
କାର୍ଟୁନ ଶୈଳୀରେ ତାଙ୍କର ଏହି ଡିଜିଟାଲ ଆର୍ଟ ସୋସିଆଲ ମିଡିଆରେ ବେଶ୍ ଭାବ ଉଦ୍ରେକ କରୁଛି। ସେଵକଙ୍କ ଗହଣର ଠାକୁର ରଥ ଚାରମାଳରେ ଚଢିବାର ଚିତ୍ର ହେଉ କି ପହଣ୍ଡି ବେଳେ ଚାମର ଆଉ ଖୁଣ୍ଟିଆ ସେବା। ଯୁବ ଶିଳ୍ପୀ ସୂର୍ଯ୍ୟକାନ୍ତଙ୍କ ଏହି କଳାକୃତି ସମସ୍ତଙ୍କ ମନରେ ଭକ୍ତି ଜାତ କରୁଛି। ତାହା ସହ ଆଡପମଣ୍ଡପର ଚିତ୍ର ବି ବହୁତ ସୁନ୍ଦର ହୋଇଛି।
ପିଲାବେଳୁ ତାଙ୍କର ଏହି ପ୍ରତିଭା ବିକଶିତ ହୋଇଥିଲା। ସେ ବି ଅନେକ କୃତିତ୍ଵ ଲାଭ କରିଛନ୍ତି। ତାଙ୍କ ମନ ପ୍ରାଣ ସବୁ କାଳିଆର ଚିତ୍ର ଆଙ୍କିବାରେ ନିବଦ୍ଧ ହୋଇ ରହିଯାଇଛି। ସବୁଚିତ୍ରରେ ମହାପ୍ରଭୁଙ୍କ ଜୀବନ୍ତ ରୂପ ଦେଇ ସେ ଆଙ୍କୁଛନ୍ତି। ରଥଯାତ୍ରା ବେଳେ ତାଙ୍କର ଏହି ଚିତ୍ର ବେଶ ପ୍ରଶଂସନୀୟ ହୋଇ ପାରିଛି।