ପଦ୍ମନାଭ ଙ୍କ ଗଞ୍ଜାମ ପୋଲସରା ବ୍ଲକ୍ ପାଟଣା ପୈତୃକ ଗ୍ରାମ ହୋଇଥିବା ବେଳେ ବ୍ରହ୍ମପୁର କୁଠାରୀ ମନ୍ଦିର ସାହିରେ ୧୫ ବର୍ଷ ଧରି ଭଡାଘରେ ରହୁଥିଲେ।ପରିବାର କହିଲେ ବାପା ରାମଚନ୍ଦ୍ର ସାହୁ, ମାଆ ଭାଗ୍ୟଲତା ସାହୁଙ୍କ ସହିତ ତିନି ଭାଇ ଏବଂ ତିନି ଭଉଣୀ।ପଦ୍ମନାଭ ଘରର ସାନପୁଅ ହୋଇଥିବା ବେଳେ ବତ୍ତମାନ ମାଆଙ୍କ ଦେହାନ୍ତ ହୋଇ ସାରିଛି। ଆର୍ଥିକ ଅଭାବ ଯୋଗୁ ପିଲାବେଳ ବହୁ କଷ୍ଟରେ ଚଳି ଆସିଥିବା ସେ କୁହନ୍ତି। ୨ବର୍ଷର ହୋଇଥିବା ବେଳେ ପୋଲିଓର ଶିକାର ହୋଇଥିଲେ।ଫଳରେ ଦୁଇ ଗୋଡ଼ ଅକାମୀ ହୋଇଯାଇଥିବା ବେଳେ ଚିକିତ୍ସା ପରେ ଡାହାଣ ଗୋଡ଼ ଏକ ପ୍ରକାର କାମ କରିବାକୁ ଲାଗିଲା।ଯାହାଦ୍ଵାର ଆଶା ବାଡ଼ି ସାହାଯ୍ୟରେ ଛିଡ଼ା ହେବା ସହିତ ଟିକେ ଚାଲି ପାରିଲେ।ବାପାଙ୍କ ସହ ରୋଜଗାର ରେ ପାଠ ପଢ଼ିବା ସହ ଘର ଚଳିବା କଷ୍ଟକର ହୋଇପଡ଼ିଥିଲା।ଯାହାଫଳରେ ୧୨ବର୍ଷ ବୟସରେ ବ୍ରହ୍ମପୁରର ରାମଲିଙ୍ଗମ୍ ପୋଖରୀ ନିକଟରେ କ୍ୟାର ଓ ଚଷମା ବିକ୍ରୀ କରିଥିଲେ।
କିଛି କରି ଦେଖାଇବାର ଇଚ୍ଛା ନେଇ ୯ମ ଶ୍ରେଣୀ ପଢ଼ିଲା ବେଳେ ୭୦ ଟଙ୍କା ଦେଇ ଜିମ୍ରେ ଯୋଗଦେଲେ।ଜିମ୍ରେ ଦୁଇବର୍ଷ ନିୟମିତ କରିବା ପରେ ନିଜକୁ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରିଲେ।ଅଦମ୍ୟ ଚେଷ୍ଟା ପାଇଁ ସେ ଜିଲ୍ଲାସ୍ତରୀୟ,ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରରେ ସୁନ୍ଦର ସ୍ଵାସ୍ଥ୍ୟ ପ୍ରତି ଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ପରେ ପଦକ ହାସଲ କରିଥିଲେ।ସେତେବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ।କିନ୍ତୁ ସୁନ୍ଦର ସ୍ବାସ୍ଥ୍ୟ କ୍ୟାରିୟର୍ କୁ ବଢ଼ାଇବା ପାଇଁ ପାଖରେ ଆର୍ଥିକ ସମ୍ବଳ ନଥିଲା।ଯାହାଫଳରେ ସେ ବଡି ବିଲ୍ଲିଙ୍ଗର ଇଚ୍ଛାକୁ ନିଜ ଭିତରେ ହିଁ ଶେଷ କରିଦେଲେ।ଏହା ପରେ ପଦ୍ମନାଭଙ୍କ ଜୀବନରେ ଏକ ନୂତନ ମୋଡ଼ ଆସିଥିଲା।ସେ ୨୦୦୭ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ରେ ସାମିଲ ହେଲେ।ସେଠାରେ ପଦ୍ମନାଭ ଦିବ୍ୟାଙ୍ଗ ହୋଇ ମଧ୍ୟ ବିଭିନ୍ନ ପ୍ରକାର ଷ୍ଟଣ୍ଟ କରିପାରୁଥିବା ଯୋଗୁଁ କ୍ରିଷ୍ଣା ଡ୍ୟାନ୍ସ ଗ୍ରୁପ୍ରେ ଯୋଗଦେଇ ନୃତ୍ୟଗୁରୁ ଟି. ହରିନାଥ ରେଡ୍ଡୀଙ୍କ ଠାରୁ ନୃତ୍ୟ ଶିକ୍ଷା କରିଲେ।ସୋନି ଚ୍ୟାନେଲର ରିୟଲିଟି ସୋ’ ‘ବୁଗିବୁଗି’, ଇଟିଭି ତେଲୁଗୁ ଚ୍ୟାନେଲର ‘ଢ଼ି’ରିୟଲିଟି ସୋ’ରେ ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ।ଏହା ପରେ ୨୦୦୯ରେ କଲର୍ସ ଚ୍ୟାନେଲ ତରଫରୁ ପ୍ରସାରିତ ହୋଇଥିବା ଇଣ୍ଡିଆଜ ଗଟ୍ ଗଲେଣ୍ଟ ରିୟଲିଟି ସୋ’ରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ମାଧମ୍ୟରେ ଭାଗ ନେଇ ବିଜେତା ହୋଇଥିଲେ।
ହେଲେ ବି ତାଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସି ପାରିନଥିଲା।ଫଳରେ ସେ ମାନସିକ ସ୍ତରରେ ଭାଙ୍ଗିପଡ଼ିଥିଲେ।ଏହା ଜାଣିବାକୁ ପାଇ ଅହମ୍ମଦାବାଦରେ ରହୁଥିବା ମଝିଆ ଭାଇ ପବିତ୍ର କୁମାର ସାହୁ ସେଠାକୁ କିଛି କାମରେ ନିୟୋଜିତ କରିବା ପାଇଁ ଡକାଇଲେ।ଶେଷରେ ସବୁ ଛାଡ଼ି ଅହମ୍ମଦାବାଦକୁ ଯାଇ ସେଠାରେ ସେ ସୂତାକଳରେ ଏକବର୍ଷ କାମ କରିଲେ । ସେହି କାମ ଭଲ ନଲାଗିବା ଯୋଗୁ କଲ୍ ସେଣ୍ଟରରେ ପୁଣି ଏକ ବର୍ଷ କାମ କଲେ। ଗୁଜୁରାଟ ର ଅହମ୍ମଦବାଦ ରେ ସେ ଛୋଟ ଘର ଭଡା ନେଇ 2015ରରୁ ମାନବ ଡ୍ୟାନ୍ସ ଏକାଡେମୀ ନାମରେ ଗୋଟିଏ ଅନୁଷ୍ଠାନ କରିଛନ୍ତି।ବର୍ତ୍ତମାନ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ନୃତ୍ୟଶିକ୍ଷା ଜାରି ରଖିଥିବା ବେଳେ ସେଠାରେ ସେ ମାନବ ନାମରେ ପରିଚିତ।ଡ୍ୟାନ୍ନ ଶିକ୍ଷାରୁ ଯାହା ରୋଜଗାର ହେଉଛି ସେଥୁରେ ପରିବାର ଚଳୁଥିବା ସେ କହିଛନ୍ତି।ବଡ଼କଥା,୧୨ ଜଣ ଭିନ୍ନକ୍ଷମ ମାନଙ୍କୁ ନେଇ ଏକ ନୃତ୍ୟଦଳ ଆରମ୍ଭ କରିଥିବା ବେଳେ ଡିସେମ୍ବର ୩ତାରିଖରେ ସୋନି ଚ୍ୟାନେଲ ପ୍ରସାରିତ କପିଲ ଶର୍ମା ସୋ’ରେ ନୃତ୍ୟ ପରିବେଷଣ କରି ବେଶ୍ ପ୍ରଶଂସା ସାଉଣ୍ଟିଥିବା ସେ କହିଛନ୍ତି। ବଲିଉଡ୍ ଅଭିନେତ୍ରୀ କାଜଲ୍ଙ୍କଆଗାମୀ ଚଳଚ୍ଚିତ୍ର ଭିନ୍ନକ୍ଷମଙ୍କ ଉପରେ ଆଧାରିତ ହୋଇଥିବା ବେଳେ ସେହି
ଚଳଚ୍ଚିତ୍ରର ପ୍ରମୋସନ୍ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସୋ’ରୁ ନିମନ୍ତ୍ରଣ ଆସିଥିଲା ବୋଲି ପଦ୍ମନାଭ କହିଛନ୍ତି। ବଲିଉଡ୍ରେ ସୁଯୋଗ ମିଳିଲେ କାମ କରିବାକୁ ଇଚ୍ଛା ରଖିଥିବା ବେଳେ ଭିନ୍ନକ୍ଷମମାନଙ୍କୁ ନେଇ କରିଥିବା ନୃତ୍ୟ ଦଳ ମାଧ୍ୟମରେ ବିଶ୍ବସ୍ତରରେ ଓଡ଼ିଶାର ନାମକୁ ଉଚ୍ଚରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା ଜାରି ରଖିବିବୋଲି ସେ କହିଛନ୍ତି।କିନ୍ତୁ ସଂଘର୍ଷ ସଫଳତା,ସାଧାରଣ ଲୋକ ଠୁ ଆରମ୍ଭ କରି ଦିବ୍ୟାଙ୍ଗ ଯାଏଁ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଏହା ଗୋଟାଏ ବଡ଼ ଉଦାହରଣ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।