କୋରଡ଼କଣ୍ଟାର ମା ଡାଲଖାଇ ଆଞ୍ଚଳିକ ଓଡିଶୀ ସଂକୀର୍ତନ ସମିର ନବମ ବାର୍ଷିକ ଉତ୍ସବ
ମହାପ୍ରଭୁଙ୍କୁ ଦର୍ଶନକରି ଫେରିଛନ୍ତି ପାକିସ୍ତାନର ୮୧ ହିନ୍ଦୁ ନାଗରିକ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନକରି ଫେରିଛନ୍ତି ପାକିସ୍ତାନର ୮୧ଜଣ ହିନ୍ଦୁ ନାଗରିକ । ଗତ ୨୬ ତାରିଖରେ କଲିକତା ଦେଇ ପୁରୀ ଆସିଥିବା ବେଳେ, ପ୍ରଥମେ ଭୂବନେଶ୍ୱରରେ ତାଙ୍କୁ ନାଗରିକ ସମ୍ୱର୍ଦ୍ଧନା ଦିଆଯାଇଥିଲା । ତେବେ ବିଧିବଦ୍ଧ ଭାବେ ଓଡିଶା ଛାଡିବା ପୂର୍ବରୁ ଶେଷ ଦିନରେ ଜଗନ୍ନାଥଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସ ତାଙ୍କୁ ଟାଣିଆଣିଥିଲା ଶ୍ରୀକ୍ଷେତ୍ରକୁ । ଆଉ ପ୍ରଭୁଙ୍କ ଆଶୀର୍ବାଦ ନେଇ ଫେରିବା ବେଳେ, ସମସ୍ତ ପାକ୍ ନାଗରିକଙ୍କୁ ଓଡିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ଫୁଲମାଳ ଦିଆଯାଇ ବିଦାୟୀ ସମ୍ୱର୍ଦ୍ଧନା ଦିଆଯାଇଛି । ଗତବର୍ଷ ୮୦ଜଣ ପାକିସ୍ତାନୀ ଶ୍ରୀମନ୍ଦିର ଦର୍ଶନ କରି ଫେରିଥିଲେ । ତେବେ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ୍ ଖୁସି ଅନୁଭବ କରିଥିବା ବେଳେ, ଏମାନେ ମଥୁରା ଓ ବୃନ୍ଦାବନ ଦର୍ଶନ କରି ପାକିସ୍ତାନ ଫେରିଯିବେ ବୋଲି ସୂଚନା ମିଳିଛି ।
Download Argus News App
