ପୁରୀ: ନିର୍ବାଚନରେ ସମସ୍ତେ କିପରି ସହଜରେ ମତଦାନ କରିପାରିବେ ସେଥିପାଇଁ ନିର୍ବାଚନ କମିସନ ତରଫରୁ ବିଭିନ୍ନ ପଦକ୍ଷପ ନିଆଯାଇଛି l ଚଳିତ ବର୍ଷ ପିପିଲି ଉପ ନିର୍ବାଚନରେ ବରିଷ୍ଠ ନାଗରିକଙ୍କ ପାଇଁ ପୋଷ୍ଟାଲ ବାଲାଟ ବ୍ୟବସ୍ଥା କରାଯାଇଛି ।
ପୂର୍ଵରୁ ଦିବ୍ୟାଙ୍ଗ, ବୃଦ୍ଧ, ବୃଦ୍ଧା ବୁଥ୍ କୁ ଯାଇ ମତଦାନ କରୁଥିବା ବେଳେ, କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ପୋଷ୍ଟାଲ ଟିମ ଏବେ ଘରକୁ ଘର ଯାଇ ମତଦାନ ଆଣିପାରିବେ ।
ପିପିଲିରେ ୩ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିବା ବେଳେ-ଡେଲାଙ୍ଗ ଅଂଚଳରେ ୭ଟି ଟିମ୍ ଗଠିତ ହୋଇଛି । ପ୍ରତ୍ୟେକ ଟିମ୍ ରେ ଜଣେ ସୁରକ୍ଷା କର୍ମୀଙ୍କ ସହ ୨ ଜଣ ପୁଲିଂ ଅଫିସର ଜଣେ ମାଇକ୍ରୋ ଅବଜରଭର, ଜଣେ ଅଙ୍ଗନଓ୍ବାଡି କର୍ମୀ ଓ ଜଣେ ସେକ୍ଟର ଅଫିସରଙ୍କୁ ନିଯୁକ୍ତି କରାଯିବା ସହ ଭିଡିଓ ସର୍ଭିଲାନ୍ସରେ ମତଦାନ କରାଯାଉଛି ।
ଏହିପରି ୫ ଦିନର କାର୍ଯ୍ୟ ସୂଚୀ ପ୍ରସ୍ତୁତ ହୋଇଥିବା ବେଳେ ପିପିଲି -ଡେଲାଙ୍ଗ ବ୍ଲକରେ ୧୦୭୭ ଜଣ ବୃଦ୍ଧ , ବୃଦ୍ଧା, ଅସହାୟ ଦିବ୍ୟାଙ୍ଗ ବ୍ୟକ୍ତି ନିଜର ପରିଣତ ବୟସରେ ଘରେ ରହି ଦେଶର ଗଣତନ୍ତ୍ରରେ ଭୋଟ ଦେବାର ଅଧିକାର ସାବ୍ୟସ୍ତ କରିପାରିବେ ।