ଓଡିଶା ବାହାରୁ ବିଶେଷ କରି ପଶ୍ଚିମବଙ୍ଗରୁ ବହୁ ପର୍ଯ୍ୟଟକ ଏଠାକୁ ଆସନ୍ତି। ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ଯାପନ କରନ୍ତି। ବରେହିପାଣି ୱାଟରଫଲରେ ସବୁଠୁ ଅଧିକ ଭିଡ ଜମେ। ସେମାନଙ୍କ ସେଲଫି ନେବା ଦୃଶ୍ୟ ବି ବେସ୍ ଆମୋଦଦାୟକ।
ପର୍ଯ୍ୟଟକମାନଙ୍କ କହିବା କଥା ବରେହିପାଣିରୁ ଯୋରନ୍ଦାକୁ ରୋଫୱେ ହେଲେ ପର୍ଯ୍ୟଟକଙ୍କ ଭିଡ଼ ଜମିବ ଏବଂ ପର୍ଯ୍ୟଟକମାନେ ଭରପୁର ଉପଭୋଗ କରିପାରିବେ। କମ ସମୟରେ ବହୁ ଜାଗା ବୁଲିପାରିବେ। ଆଗରୁ ହାତୀ ପିଠିରେ ବସି ବୁଲିବାର ମଜାକୁ ଏବେ ତାହା ଆଉ ଦେଖିବାକୁ ମିଳୁନି, ଚହଲା ରେ ଅତି ନିକଟରୁ ହରିଣ ମାନଙ୍କୁ ଦେଖି ଉପଭୋଗ କରିବା ର ଅନୁଭୂତି କିଛି ନିଆର ହୋଇଥାଏ ।