ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ 4 ନମ୍ବର । ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର 6 ହଜାର ସାମ୍ପଲ ଜେନମ ସିକ୍ୱେନ୍ସିଂ ହୋଇଛି । ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଚାଲିଛି ଅନୁଧ୍ୟାନ । ତେବେ ସମାନ କମ୍ପାନୀର କିମ୍ବା ଅନ୍ୟ କମ୍ପାନୀର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି । ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ ।
ପାର୍ବଣରେ ଲୋକଙ୍କ ସମାଗମ ପୁଣି ଥରେ ସଂକ୍ରମଣ ବଢାଇପରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ତା ଆର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି । ପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି । ମହାରାଷ୍ଟ୍ରରେ ଟିକେ ବଢିଛି । ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟୀକାର ଏଫିକସି 70 ରୁ 80% ରହୁଛି । 18 ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ।
ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ 1 ହଜାର ଉପରେ ଥିଲା । ଏବେ 200 ରୁ 300 ଭିତରେ ରହୁଛି । ହଜାରରୁ 300କୁ କମ ସମୟରେ ଖସିଥାଏ । 300 ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ 10 ରୁ 15 ଦିନରେ ସଂକ୍ରମଣ କମିଯିବାର ଆଶା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।