ସେପଟେ ଉକ୍ତ ଖେଳ ପଡିଆରେ ଥିବା ଶହ ଶହ ବର୍ଷ ପୂର୍ବରୁ ଏକ ଗଛକୁ ମଧ୍ୟ ରାତିରେ କଟା ଯାଇଥିବା ଅଭିଯୋଗ ହୋଇଛି । କାହାର ଏପରି ସତସାହାସ ଆସୁଛି ଯେ ସେ କିପରି ଏହି ଗଛ ଗୁଡାକ କାଟୁଛନ୍ତି। ସେପଟେ ପ୍ରଶାସନର ନିଦ କିପରି ଭାଙ୍ଗୁନି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଲୋକେ। ବାରମ୍ୱାର ଏ ବିଷୟରେ କହିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ କେହି ଶୁଣୁନାହାନ୍ତି।
ସାଧାରଣ ଲୋକ କାମ ପାଉନାହାନ୍ତି, କିନ୍ତୁ ଏଠି ମେସିନ ଲଗାଇ କାମ କରାଯାଉଛି। ମନରେଗା କାର୍ଯ୍ୟକ୍ରମରେ ମନ ଇଚ୍ଛା କାମ କରୁଛନ୍ତି। ବିନା ଫଳକରେ କାମ କରୁଛନ୍ତି। ଆରଆଇକୁ କହିଲେ ସେ କହୁଛନ୍ତି ଯେ, ରାତି ୧୨ଟା ପରେ କାମ କରୁଛନ୍ତି ଆମେ କଣ କରିବୁ। ଆମର ଦାବି ହେଉଛି ଯେ ଏହି ଯେଉଁ କାମ ଚାଲିଛି ସେଥିରେ ଗୋଟିଏ ବି ଶ୍ରମିକ କାମ କରିନାହାନ୍ତି।
କିନ୍ତୁ ଯାହା ବି କାମ ହୋଇଛି ସବୁ କାମ ମେସିନ ଦ୍ୱାରା ହୋଇଛି। ଆମେ ପ୍ରଶାସନକୁ ଅନୁରୋଧ କରୁଛୁ କି ଏହାର ତଦନ୍ତ କରାଯାଉ ଏବଂ ସରପଞ୍ଚ ଆଉ ଜେଇ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।