କିନ୍ତୁ ଆଜିର ଚିତ୍ର ଆପଣଙ୍କୁ ଭ୍ରମିତ କରିବ। ଆପଣଙ୍କ ଆଖିକୁ ଆପଣ ବିଶ୍ୱାସ କରି ପାରିବେ ନାହିଁ। ସେଇ ହୃତ ଗୌରବଜ୍ବଳ ଅତୀତ ଉପରେ ଆପଣ ପ୍ରଶ୍ନଚିହ୍ନ ଲଗାଇ ପାରନ୍ତି। ସତରେ କ’ଣ ଇଏ ସେଇ ମାଟି, ସେଇ ମଣିଷମାନଙ୍କ ଇଲାକା ? ଯାହାଙ୍କ ପାଇଁ ଇଂରେଜ ଫଉଜ ନାକେଦମ୍ ହେଉଥିଲା ?
….
ଖରାପିଠିଆ ହୋଇ ମଶିଣା ଖଣ୍ଡେ ପକାଇ ବସିଥିବା ମାଉସୀର ଧୁଡୁଧୂଡୁ ଚମ କହିବ, ଦେଖ ଆମେ ସେଇ ପାଇକ ବଂଶର ଦାୟାଦ, ଯାହାଙ୍କ ପାଇଁ ତୁମେ ସ୍ୱାଧୀନତା ପାଇଛ। ଆଉ ମୁଁ ଏଠି ବିଧବା ଭତ୍ତା ସାଙ୍ଗକୁ ମାତ୍ର କେଇଗଣ୍ଡା ଚାଉଳ ଆଉ ରାସନରେ ବଞ୍ଚିଛି। ବାହାରେ ମୋ ନାତୀ ପାଠ ପଢୁଛି। ସଡ଼କ ଉପରେ ବସି। କେତେବେଳେ ସିଲଟରେ `ଅ’ ଗାରଉଛି ତ କେତେବେଳ ସଡ଼କରେ ଆ’ ଗାରେଇ ସିଏ ମଣିଷ ହେବାକୁ ଚେଷ୍ଟା କରୁଛି।
କି ସ୍ଥିତି ଆପଣ ଚିନ୍ତା କରିପାରୁଥିବେ। ଯେଉଁ ଉଚ୍ଚା ଉଚ୍ଚା ଘର କଥା ଆମେ କହିଲୁ, ସେଇ ଉଚ୍ଚା ଘରଗୁଡାକୁ ବାହାରୁ ଦେଖିଲେ, କିଛି କିଛି ଭଲ ଲାଗେ। ହେଲେ ଭିତରକୁ ପଶିଗଲେ ଆପଣଙ୍କ ମନ ମରିଯିବ। ପାଇକମାନଙ୍କ ଦାୟାଦମାନେ ରହୁଥିବା ଏ ଘରଗୁଡାକରୁ ଆଟୁ ଝଡିଲାଣି। ଚାଳ ଛପର ବର୍ଷକୁ ଥରେ କରିବାକୁ ଅଣ୍ଟିରେ ସମ୍ବଳ ନାହିଁ। ସେଥିପାଇଁ ଯେନତେନ ପ୍ରକାରେ ଚଳିଯିବା କଥା। ସେପଟେ ରୋଷେଇ କରିବାକୁ ଏଇ ଘରର ମହିଳାମାନେ ଘରର କୌଣସି ଏକ କନ୍ଦିକୁ ବାଛି ନେଇଛନ୍ତି, ଯେଉଁଠି ଭାତ ମୁଠାଏ ଫୁଟାଇ ଖାଇଦେଲେ କଥା ସରିଲା। ହେଲେ ପରିତ୍ୟକ୍ତ ଘର ଉପରୁ ଯଦି, ପୋକ ଯୋକ ଖସିପଡନ୍ତି ତା ହେଲେ … ସ୍ଥିତି ଅସମ୍ଭାଳ ହେବ ଏ କଥା ସମସ୍ତେ ଜାଣନ୍ତି।
ବାତ୍ୟା ଫୋନୀ ପରେ ଏ ସବୁ ପରିବାରର ଆହୁରି ବିଗିଡି ଯାଇଛି। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ପାଇକ ବିଦ୍ରୋହ ଓ ପାଇକଙ୍କ ପାଇଁ ମିଛି ମିଛିକା କାନ୍ଦୁଥିବା ଆମ ସରକାର ପାଇବ ପରିବାରର ବାସ୍ତବ ସ୍ଥିତିକୁ ଦେଖି ଆଖି ମୁଦି ଦେଇଛନ୍ତି।