୭୨ ହଜାର ସିଟ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ। କଳାରେ ସିଟ ବୃଦ୍ଧି ପାଇଁ ୪୦ହଜାର ଆବେଦନ ଆସିଥିଲା ବେଳେ ୩୮ହଜାର ସିଟ ବୃଦ୍ଧି ପାଇଁ ଅନୁମତି ଦିଆଯଆଇଛି। ସେମିତି ବିଜ୍ଞାନରେ ୨୫ହଜାର ସିଟ ବୃଦ୍ଧି ପାଇଁ ଆବେଦନ ଆସିଥିଲା ହେଲେ ୧୩ ହଜାରକୁ ଅନୁମତି ଦିଆଗଲା।
ବାଣିଜ୍ୟରେ ୪ହଜାର ଆବେଦନ ରୁ ୩୯୦୦କୁ ସିଟକୁ ଅନୁମତି ଦିଆଯାଇଛି । କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅକ୍ଟୋବରରୁ କ୍ଳାସ ଆରମ୍ଭ ପାଇଁ ୟୁଜିସି ସମୟ ଦେଇଛି । ଚଳିତ ସପ୍ତାହ ବାକିଥିବା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ।