ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଘଟିଲା ଅନ୍ତ। ଏବେ ମେ 3 ପର୍ଯ୍ୟନ୍ତ ସମଗ୍ର ଦେଶ ଲକଡାଉନ ରହିବ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ବର୍ତ୍ତମାନର କରୋନା ସଂକ୍ରମଣର ସ୍ଥିତିକୁ ଦେଖି ଅନେକ ରାଜ୍ୟ ଏହାକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ଦେଶକୁ ମେ 3 ପର୍ଯ୍ୟନ୍ତ ଲକଡାଉନ କରାଯାଉଛି ବୋଲି ଦେଶକୁ ସମ୍ବୋଧିତ କରିବା ସମୟରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ।
ତେବେ ଏହାକୁ ଅଧିକ ଦୃଢତା ସହ ପାଳନ କରିବାକୁ ପଡ଼ିବ। ଏପ୍ରିଲ 20 ପର୍ଯ୍ୟନ୍ତ ବିଭିନ୍ନ ଥାନାର ସ୍ଥିତି ଉପରେ କଡ଼ା ମନିଟରିଂ କରାଯିବ। ଏହାପରେ ଯଦି ସ୍ଥିତି ନିୟନ୍ତ୍ରଣ ରହିଲା ତାହେଲେ ଲକଡାଉନର କିଛି ନିୟମରେ କୋହଳ କରାଯିବ। ଗରିବ ଲୋକଙ୍କ ଜୀବନ ଜୀବିକାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ଯଦି ଲୋକେ ଲକଡାଉନ ଏବଂ ସାମାଜିକ ଦୂରତାର ପାଳନ ନ କରନ୍ତି, ତହେଲେ ସେହି ସ୍ଥାନରେ ପୁଣିଥରେ କଡ଼ାକଡ଼ି ଭାବେ ଲକଡାଉନ ଲାଗୁ କରି ଦିଆଯିବ। କୌଣସି ମାତ୍ରାରେ କୌଣସି ସ୍ଥାନକୁ ହଟସ୍ପଟ ହେବାକୁ ଦିଆଯିବ ନାହିଁ। ଏଥିପାଇଁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଚାଷିଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରୁଛନ୍ତି। ବର୍ତ୍ତମାନ ଭାରତରେ 220ଟି ଲ୍ୟାବରେ କରୋନା ଟେଷ୍ଟିଂ ହେଉଥିବା ବେଳେ 1 ଲକ୍ଷରୁ ଅଧିକ କରୋନା ହସ୍ପିଟାଲରେ ବେଡ ଅଛି।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: