ଅର୍ଗସ ବ୍ୟୁରୋ: ସୁବର୍ଣ୍ଣପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଦ୍ବାରା ପଏଁରୀ ତିହାର ୨୦୨୩ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଇଷ୍ଟଦେବି ମାଁ ସୁରେଶ୍ବରୀଙ୍କ ମନ୍ଦିରରୁ ପାରମ୍ପରିକ ବାଦ୍ୟ ନୃତ୍ୟ ସହ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ଶୋଭାଯତ୍ରା ବାହାରି ସହର ପରିକ୍ରମା କରିବା ସହ ଭିମଭୋଇ କଳାମଣ୍ଡପକୁ ପହଞ୍ଚି ଥିଲା । ଆଜିଠାରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅନୁଷ୍ଠିତ ହେବ ନୃତ୍ୟଗୀତର ମହା ପାର୍ବଣରେ ରାଜ୍ୟ ତଥା ରାଜ୍ୟ ବାହାର ହରିୟାଣା, ପଞ୍ଚାବ ଓ ପଶ୍ଚିମବଙ୍ଗର କଳାକାରମାନେ ଯୋଗ ଦେଇଛନ୍ତି ।
ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ଓ ସାଂସ୍କୃତିକ ସଭା ଆୟୋଜିତ ହେବ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ, ସଙ୍ଗୀତ ନାଟକ ଏକାଡେମୀ, ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଲୋକ କଳା ଓ ଲୋକ ସଂସ୍କୃତିକ ବଞ୍ଚାଇ ରଖିବା ପାଇଁ ପ୍ରତି ବର୍ଷ ଜାନୁୟାରି ୧ ତାରିଖରେ ଏହି ତିହାର ପାଳନ ହେଉଛି ।
ଓଡିଶା ଖବର ଆହୁରି ପଢନ୍ତୁ