ଉଛେଦ ପ୍ରକ୍ରିୟାକୁ ନେଇ BDA ଓ ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ମୁଁହାମୁହିଁ ପରିସ୍ଥିତି। ପରେ ପରିସ୍ଥିତିକୁ ଦେଖି ଘଟଣା ସ୍ଥଳରେ 1 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା ବେଳେ ପରିସ୍ଥିତି ସାମନ୍ୟ ଶାନ୍ତ ପଡିଥିଲା l ପୋଲିସ ଓ ବିଡିଏ ଟିମ ପହଂଚିବା ସହ ଓକିଲଙ୍କ ଉପସ୍ଥିତିରେ ଆଶ୍ରମ ନଗରରେ ଥିବା ସମସ୍ତ 21 ଟି ଘରର କାଗଜପାତ୍ର ଅନୁସନ୍ଧାନ କରିଥିଲେ। ପାଖାପାଖି 15 ଟି ଘରର ପେପର ଯାଞ୍ଚ କରିବା ପରେ କୋର୍ଟଙ୍କ ପକ୍ଷରୁ ରହିତାଦେଶ ମିଳିଛି l
ଅନ୍ୟପଟେ ଏହି ଉଛେଦ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। 1980 ମସିହାରୁ ପଞ୍ଚାୟତର ଅନୁମତି ନେଇ ଏହି ଘର ନିର୍ମାଣ କରାଯାଇଥିବା ବେଳେ BDA ଏବେ ନୂଆ ଆଇନ କାହିଁକି ଦେଖାଉଛି ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଏହି ଜମି ଓ ଘରକୁ ଘର ମାଲିକ ମନେ ଅନ୍ୟ କାହାକୁ ଟଙ୍କା ଦେଇ କିଣିଥିବା ବେଳେ ତାଙ୍କର କେଉଁଠି ଦୋଷ ରହିଲା ବୋଲି BDAକୁ ପ୍ରଶ୍ନ କରିଛନ୍ତି ।
3 ମହଲା ବିଶିଷ୍ଟ ବିରାଟ ଅଟ୍ଟାଳିକାକୁ ଗୋଟିଏ JCBରେ ଭାଙ୍ଗିବା BDA ପଖେ ସମ୍ଭବ ହୋଇନାହିଁ। ପରେ ଆଗକୁ ଅନ୍ୟ ବେଆଇନ କୋଠା ଗୁଡିକୁ ବ୍ୟାପକ ବ୍ୟବସ୍ଥା କରି BDA ପକ୍ଷରୁ ଭଙ୍ଗାଯିବ ବୋଲି କୁହାଯାଇଛି।