ବଲାଙ୍ଗୀର: ରାସ୍ତାରେ ପୋଲିସ ଡକାୟତ ମୁହାଁମୁହିଁ । ଚୋରି କରି ଝାଡଖଣ୍ଡି ଡକାୟତ ଖସି ଯାଉଥିଲା ବେଳେ ଖବର ପାଇ ବଲାଙ୍ଗୀର ଲୋଇସିଂହା ପୋଲିସ ଡକାୟତ ମାନଙ୍କ ପିଛା କରି ସାଲେଭଟା-ହରଭଙ୍ଗା ରାସ୍ତାରେ ରେଲୱେ ଲେଭଲ କ୍ରସିଂ ନିକଟରେ କାବୁ କରିବାକୁ ଚେଷ୍ଟା କରିଥିଲେ ଏବଂ ଡକାୟତ–ପୋଲିସ ମୁହାଁମୁହଁ ହୋଇଥିଲେ ।
ସୂଚନା ଯୋଗ୍ୟ, ଲୋଇସିଂହା ବ୍ଲକ କୁଶଙ୍ଗ ଗାଁର ଜନରଞ୍ଜନ ନାୟକ ଓ ଜ୍ୟୋତିରଞ୍ଜନ ନାୟକ ଝାରମୁଣ୍ଡାକୁ ବାଇକରେ ଯାଉଥିଲା ବେଳେ ଆମପାଲି ଛକରେ କିଛି ଦୁର୍ବୁର୍ତ୍ତ ସେମାନଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ଲାପଟପ, ମୋବାଇଲ ଓ ବ୍ୟାଗରେ ଥିବା ୩୫ ହଜାର ଟଙ୍କା ଛଡାଇ ନେଇଥିଲେ। ଥାନାରେ ଖବର ପହଞ୍ଚିବା ପରେ ସାଙ୍ଗେ ସାଙ୍ଗେ ପୋଲିସ ସବୁ ଥାନାକୁ ଆଲର୍ଟ କରିବା ସହ ଡକାୟତଙ୍କ ପିଛା କରିଥିଲା । ଆଉ ଜଙ୍ଗଲ ଭିତରେ ଚାଲିଥିଲା ଚୋର ପୋଲିସ ଖେଳ । ପୋଲିସ-ଡକାୟତ ମଧ୍ୟରେ ଧସ୍ତାଧସ୍ତି ହେବା ପରେ ଡକାୟତ ମାନଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଛି । ଗିରଫ ଡକାୟତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ଆଉ ଦୁଇଜଣ ସୋନପୁର ଜିଲା ଡୁଙ୍ଗୁରିପାଲି ଅଞ୍ଚଳର ବୋଲି ଜଣାପଡିଛି।