ହୋମଗାର୍ଡ ଚୋରା ଚାଲାଣର ମାଷ୍ଟର ମାଇଣ୍ଡ ଥିବାବେଳେ ମହିଳା ଓ ଅନ୍ୟ 4 ଜଣ ଅଭିଯୁକ୍ତ ଯାତ୍ରୀ ବେଶରେ ଗଞ୍ଜେଇ ଚୋରାଚାଲାଣ କରିଥିଲେ । ଗିରଫ ଅଭିଯୁକ୍ତ ତରଭା ଥାନାର ହୋମଗାର୍ଡ ବିଜୟ ସାହୁ, ଭୁବନେଶ୍ବର ଭରତପୁର ଅଞ୍ଚଳର ନର୍ମଦା ଦାସ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ନୀଳମାଧବ ବେହେରା, ତରଭା ଥାନା ଅଞ୍ଚଳର ବିଶ୍ଵନାଥ ସାହୁ, ଆଶିଷ ସେଲମା ଓ ବଡ ଆଡଜୁଆଡ ।
ସେହିପରି ଗତ ଜୁନ 16 ତାରିଖରେ ବଲାଙ୍ଗୀର ସତ୍ୟନାରାୟଣପଡା ଠାରେ ଟ୍ରକ୍ ସହ 9 କୁଇଣ୍ଟାଲ, 20 କେଜି ଗଞ୍ଜେଇ ଜବତ ଘଟଣାରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଜି ଗଞ୍ଜେଇ ଚୋରାଚାଲାଣ ମାମଲାରେ ହୋମଗାର୍ଡ ଗିରଫ ପରେ ତରଭା ଥାନା ସମ୍ମୁଖରେ ସାଧାରଣ ଲୋକେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି ।
ଆହୁରି ପଢନ୍ତୁ ଓଡିଶା ଖବର...