କଲୋନୀର ଜଣେ ଯୁବକଙ୍କ ସହ ମିଳା ମିଶା ନକରିବା ପାଇଁ ଯୁବତୀଙ୍କୁ କଲୋନୀ ବାସିନ୍ଦା ବାରଣ କରିଥିଲେ। ହେଲେ ଯୁବତୀ ଏହାକୁ ନମାନି ନିୟମିତ ଭାବେ ଯୁବକଙ୍କ ସହ ମିଶୁଥିଲେ। ଏଥିପାଇଁ କଲୋନୀ ବାସି ଏକଜୁଟ ହୋଇ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ଦଣ୍ଡ ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ।
ରାଜଧାନୀରେ କଙ୍ଗାରୁ କୋର୍ଟ ଘଟଣାର ତଦନ୍ତ କରୁଛି ପୋଲିସ

ଅର୍ଗସ ବ୍ୟୁରୋ: ରାଜଧାନୀରେ କଙ୍ଗାରୁ କୋର୍ଟ ଘଟଣା। ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଘଟଣାର ଭାଇରାଲ ଭିଡିଓ ଆଧାରରେ ତଦନ୍ତ କରୁଛି ପୋଲିସ। ୪ରୁ ୫ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ଆଜି ପୁଣି ଲେପର୍ଶି କଲୋନୀକୁ ଯାଇ ଲୋକଙ୍କୁ ପଚରା ଉଚରା କରିଛି ପୋଲିସ। ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରାଯାଇଛି। ଆଜି ଯୁବତୀ ଓ ପରିବାର ଲୋକଙ୍କର ବୟାନ ରେକର୍ଡ କରିଛି ପୋଲିସ। ସ୍ଥାନୀୟ ବାସିନ୍ଦା ରାତି ସାରା ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
Download Argus News App
