ପୋଲିସ ଦ୍ୱାରା ଅଟକଙ୍କ ମଧ୍ୟରେ ଜୁଆଆଡ୍ଡାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଠିକାଦାର ଶୁଭେନ୍ଦ୍ର ସିଂ ଓରଫ ଟିପୁ ସିଂ ଥାନାରେ ଅଟକ। ଦୀର୍ଘଦିନ ଧରି ରାହାମା ବଡବଜାର ଅଞ୍ଚଳରେ ଏହି ଜୁଆଆଡ୍ଡା ଚାଲୁଥିବା ବେଳେ ପୋଲିସ ଏହାକୁ ଠାବ କରିବାରେ ସଫଳ ହୋଇଛି। ଅଧିକ ତଦନ୍ତ ପାଇଁ ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିନାହିଁ।
୧୪ଜଣ ଜୁଆଡିଙ୍କୁ ଗିରଫକଲା ପୋଲିସ୍

ଜଗତସିଂହପୁର: ଜୁଆଆଡ୍ଡା ଉପରେ ପୋଲିସର ଚଢ଼ାଉ ।୧୪ଜଣ ଜୁଆଡିକୁ କାବୁ କରି ଥାନାରେ ଅଟକ ରଖିଛି ପୋଲିସ।୧୦ରୁ ଉର୍ଦ୍ଧ ମୋବାଇଲ ବିପୁଳ ପରିମାଣର ଟଙ୍କା ଜବତ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ବଡବଜାର ଅଞ୍ଚଳରେ ଥିବା ଯୁଗ୍ମପ୍ରଭା ମଣ୍ଡପ ପାଖ ଏକ ପରିତ୍ୟକ୍ତ ଘରେ ଜୁଆଖେଳ ଚାଲିଥିବା ବେଳେ ତିର୍ତ୍ତୋଲ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୪ଜଣ ଜୁଆଡିଙ୍କୁ ଧରିବାରେ ସଫଳ ହୋଇଛି।
Download Argus News App
