ପ୍ରବାସୀ ଓଡ଼ିଆଙ୍କ ସହ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର: ସୋସିଆଲ ମିଡିଆରେ ଟ୍ରୋଲ ହେଉଛି ବଲିଉଡ କଣ୍ଠଶିଳ୍ପୀ ଜୁବେନ ନୋଟିୟାଲଙ୍କ ଭିଡିଓ । ଗତକାଲି ବାଲେଶ୍ୱରରେ ଏକ ସାଂସ୍କୃତିକ କାର୍ଯ୍ୟକର୍ମରେ ପ୍ରସିଦ୍ଧ ବଲିଉଡ ସିଙ୍ଗର ଜୁବେନ ନୋଟିୟାଲ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ବିଳମ୍ଵିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଷ୍ଟେଜ ଉପରେ ଜୁବେନ ଗୀତ ଗାଉଥିବା ସମୟରେ ବାଲେଶ୍ଵର ପୋଲିସ ପହଁଚିଥିଲା ଏବଂ କାର୍ଯ୍ୟକ୍ରମକୁ ବନ୍ଦ କରିଦେଇଥିଲା । ଏହି ଘଟଣା ଦର୍ଶକମାନେ ମୋବାଇଲରେ ରେକଡିଂ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଟ୍ରୋଲ ହେବାରେ ଲାଗିଛି ।