ସନ୍ଧ୍ୟା ୭ଟା ଭିତରେ ଭଷାଣୀ ସାରିବାକୁ ଅନୁମତି ଥିଲା । ହେଲେ ରାତି ୯ଟା ପରେ ବି ଭଷାଣି ଚାଲିଥିବାରୁ ପୁଲିସ ପହଞ୍ଚି ଭଷାଣୀ ବନ୍ଦ କରିବାକୁ କହିଥିଲା । ପୁଲିସ ଚାଲିଯିବା ପରେ ପୁଣି ଡିଜେ ବଜାଇ ଶୋଭାଯାତ୍ରା କରିଥିଲେ । ପୁଲିସ ପହଞ୍ଚି ପୁଣି ବନ୍ଦ କରିବାରୁ ଲୋକେ ଉତ୍ୟକ୍ତ ହୋଇ ପୁଲିସକୁ ଆକ୍ରମଣ କରିବା ସହ ପଥର ମାଡ କରିଥିଲେ । ଏସଆଇ ସୌଭାଗ୍ୟ ପାଣିଙ୍କ ସମେତ ୪ ଜଣ ପୁଲିସ ଆହତ ହୋଇ ଛତ୍ରଭଙ୍ଗ ଦେଇଥିଲେ । ପରେ ପୁଲିସ ଫୋର୍ସ ସହ ପହଞ୍ଚି ୧୬ ଆକ୍ରମଣକାରିଙ୍କୁ ଉଠାଇଆଣିଥିଲା ।
ଏହା ପ୍ରତିବାଦରେ ସାହିଲୋକେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଥାନା ଘେରିଥିଲେ । ଆଜି ପୂର୍ବାହ୍ନରେ ଅଟକ ୧୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...