ବରଗଡ ଟାଉନ ପୁଲିସ ତୋରା ଗ୍ରାମର ୨୫ ବର୍ଷୀୟ ଯୁବକ ଗୋବିନ୍ଦ କୁମ୍ଭାରକୁ କୌଣସି କାରଣରୁ ରାତ୍ରି ୩ଟାରେ ଘରୁ ଉଠାଇ ଆଣିଥିବା ବେଳେ ଆଜି ସକାଳେ ଯୁବକ ଜଣଙ୍କର ମୃତ୍ୟ ହୋଇଯାଇଥିବା ନେଇ ପରିବାର ଲୋକଙ୍କୁ ଟାଉନ ପୋଲିସ ଖବର ଦେଇଥିଲା।
ତେବେ ଗୋବିନ୍ଦ କୁମ୍ଭାରକୁ ପୁଲିସ ଖେଦାପାଳି ସ୍ଥିତ ମୁଖ୍ୟଚିକିତ୍ସାଳୟରେ ରଖିଥିବା ବେଳେ ସେଠାରେ ପ୍ରଥମେ ଉତ୍ତେଜନା ଦେଖାଯାଇଥିଲା । ପରେ ମୃତକଙ୍କ ଭାଇ ତା, ଭାଇଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ଖେଦାପାଳି ମୁଖ୍ୟ ଡାକ୍ତର ଖାନା ସାତ ମହଲା ଉପରକୁ ଚଢି ଆତ୍ମହତ୍ୟା କରିବା ଉଦ୍ୟମ କରୁଥିବା ବେଳେ ତାଙ୍କୁ ପରିବାର ଓ ଗ୍ରାମବାସୀ ଅଟକାଇ ଥିଲେ। ପୁଲିସ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଗାନ୍ଧିଛକ ରାସ୍ତାକୁ ବନ୍ଦ କରି ଦେଇଥିଲେ।