ଖାଲି ସେତିକି ନୁହଁ ABVP ର ଦୁଇ ସଦସ୍ୟ ମାନସ ସାହୁ ଓ ସଞ୍ଜୟ ମଲ୍ଲିକଙ୍କୁ ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିଥିବା ଘଟଣାରେ ପୋଲିସ ଜୋରଜବରଦସ୍ତ ଉଠେଇ ନେବା ପାଇଁ ଚେଷ୍ଟା କରୁଥିବା ସମୟରେ ୟୁନିଭରସିଟିର ଛାତ୍ର ସୁବ୍ରତ ବିଶ୍ବାଳ ପ୍ରତିବାଦ କରିଥିଲେ । ସେତିକିରେ ପୋଲିସର ମନ ଶାନ୍ତି ହୋଇନଥିଲା ଯେ, ସୁବ୍ରତଙ୍କୁ ସହିଦ ନଗର ଥାନା ପୋଲିସ ନିର୍ଦ୍ଦୁମ ପିଟିବା ପରେ ଲୁହା କଣ୍ଟା ଥିବା ପାଚେରୀ ଉପରକୁ ସମ୍ପୃକ୍ତ ଛାତ୍ରଙ୍କୁ ଫିଙ୍ଗି ଦେଇଥିବା କଥା ଛାତ୍ର ସୁବ୍ରତ ଅଭିଯୋଗ କରିଛନ୍ତି ।
ଅଧିକ ପଢନ୍ତୁ: ସେମିନାର ଚାଲିଥିବାବେଳେ ହେଲା ଗଣ୍ଡଗୋଳ, ସହିଦନଗର ଥାନାରେ ଲିଖିତ ଅଭିଯୋଗ
ପୋଲିସର ଏହି ଅମାନୁଷିକ ଆକ୍ରମଣରେ ଗୁରୁତର ହୋଇଛନ୍ତି ସୁବ୍ରତ । ଏପରିକି ତାଙ୍କ ଶରୀରର କିଛି ଅଂଶରେ ଲୁହା କଣ୍ଟା ପସିଯାଇଥିବା ଦେଖିବାକୁ ମିଳିଛି । ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟରେ ଦେଶ ବିରୋଧୀ ମନ୍ତବ୍ୟ ଓ ଭାଷଣକୁ ନେଇ ABVP ବିରୋଧ ପ୍ରଦର୍ଶନ କରିଥିଲା । ୟୁନିଭରସିଟିରେ ଗଣ୍ଡଗୋଳ ଲାଗିଥିବା ୨ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଦୁଇଟି ମାମଲା ହୋଇଥିବା ବେଳେ, ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ABVP ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଦେଶ ବିରୋଧୀ ମନ୍ତବ୍ୟ ଦେଇଥିବା ବାମ ପନ୍ଥୀ ଲୋକ ଓ ଛାତ୍ରଙ୍କୁ ସେମିନାର ଭିତରେ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଅଭିଯୋଗ ହୋଇଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ