ନୟାପଲ୍ଲୀ ଅଞ୍ଚଳର ସରକାରୀ ଜାଗାରେ ଘର କରିଥିବା ସଞ୍ଜୟ ଖୁଣ୍ଟିଆ ଘରେ ମଧ୍ୟ ଚଢାଉ କରିଛି ପୁଲିସ୍। ପୂର୍ବରୁ ସୋସିଆଲ ମିଡିଆରେ ବୁଲୁଥିବା ବନ୍ଧୁକ ବୁବୁ ଜେନାର ବୋଲି ପୋଲିସ ଅନୁମାନ କରିଥିଲା। ଯେଉଁଥିପାଇଁ ବୁବୁ ଜେନାର ପୋଖରୀପୁଟ ସ୍ଥିତ ଭଡା ଘରେ ପୋଲିସ ଚଢ଼ାଉ କରି ଘରେ ଖାନ ତଲାସି ଚଲାଇଛି।
ଗତକାଲି ଚେଙ୍ଗ ଓରଫ ରାଜେସ ବେହେରା ଘରୁ ଚଢାଉ ହୋଇଥିଲା। ବିପୁଳ ପରିମାଣର ମାରଣାସ୍ତ୍ର ଚେଙ୍ଗ ପାଖରୁ ମିଳିଥିବା ବେଳେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।
KBN ନାଁଟି ଆପଣଙ୍କ ପାଇଁ ପ୍ରାୟ ଅପରିଚିତ ଥିବ। କିନ୍ତୁ ସତ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ। ଏହି ଗ୍ରୁପର ଯୁବକମରାନେ ରାତିର ରାଜଧାନୀର ରାଜା । ଫାଙ୍କା ଆକାଶକୁ ଗୁଳି ମାରନ୍ତି, ମଝି ରାସ୍ତାରେ ଖଣ୍ଡା ବୁଲାନ୍ତି। ଆଉ ଏଇ ଭୟଙ୍କର କାମ କରୁଥିବା ଗୋଷ୍ଠୀର ନାଁ ହେଉଛି KBN। ଯାହାର ଅର୍ଥ କେହି ଭାଇ ନୁହେଁ ବା କୋଇ ଭାଇ ନହିଁ(कोई भाई नहीं)। ଏପରିକି କେହି କେହି ଏ ଗୋଷ୍ଠୀର ନାମକରଣ ରକ୍ତଚରିତ୍ର ବୋଲି ମଧ୍ୟ କରିଛନ୍ତି।
ନିକଟରେ ଶୂନ୍ୟ ଗୁଳୀ ଫୁଟାଇବା ଓ ଖଣ୍ଡା ଚଳାଇବା ଭଳି କିଛି ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ଆଧାର କରି ପୁଲିସ KBN ଗ୍ରୁପର ସଦସ୍ୟଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।
ଏହି ଗୋଷ୍ଠୀରେ ଖଣ୍ଡଗିରୀ, ସହିଦନଗର, ବରମୁଣ୍ଡା, ଓଲ୍ଡ ଟାଉନର କିଛି ଯୁବକ ମେମ୍ବର ହୋଇଛନ୍ତି। ରାତି ରାତି ବାଇକ୍ ଆଉ କାରରେ ଏମାନେ ବୁଲିବା ସହ ରାତି ଅଧରେ ବନ୍ଧୁକ ଫୁଟାଇ ଆତଙ୍କ ଖେଳାନ୍ତି। ଅନ୍ୟଠାରୁ ଟଙ୍କା ନେଇ ଗୋଷ୍ଠି ବିବାଦ କରିବା, ମାରଧର କରିବା ଓ ହାଣକାଟ ପାଇଁ ଏମାନେ ସବୁବେଳେ ସଜାଗ ଥାଆନ୍ତି।