ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ନବରଙ୍ଗପୁର : ଡ୍ୟୁଟି ସମୟରେ ମଦ ପିଇ ଲୋକଙ୍କୁ ବିନା କାରଣରେ ବାଡେଇଥିବା ପୋଲିସ ବାବୁ ହଟ୍ଟହଟ୍ଟା । ଏହାର ଭିଡିଓ ଏବେ ଭାଇରାଲ ହୋଇଛି । ଘଟଣା ଘଟିଛି ନବରଙ୍ଗପୁର ସୁରୁଗୁଡା ଗାଁରେ । ଡଙ୍ଗରଭେଜା ଫାଣ୍ଡି ଅଧିକାରୀ ଗତକାଲି ମଦପିଇ ଦୁଇଜଣ ଲୋକଙ୍କୁ ବିନା କାରଣରେ ବାଡେଇବା ପରେ ଗାଁ ଲୋକ ଏକାଠି ହୋଇ ପୋଲିସବାବୁଙ୍କୁ ଘେରିଥିଲେ ।
କାହିଁକି ବାଡେଇଲ ବୋଲି ପଚାରିବା ପରେ ପୋଲିସ ବାବୁଙ୍କ ପାଖରେ ଉତ୍ତର ନ ଥିଲା । ଭାଇରାଲ ହୋଇଥିବା ଭିଡିଓରେ ଫାଣ୍ଡି ଅଧିକାରୀ କହୁଛନ୍ତି ଗାଁରେ କ୍ରାଇମ ହେଉଛି । ତେଣୁ ରାତିରେ ଘରୁ କେହି ପଦାକୁ ନ ବାହାରନ୍ତୁ ।