ତେବେ ଏହି ଗ୍ଯାଙ୍ଗ୍ ଉପରେ ଚଢାଉ ସମୟରେ ଦୁଇଜଣ ଘଟଣାସ୍ଥଳ ରୁ ଫେରାର୍ ହୋଇଯାଇଥିବା ବେଳେ ତିନିଜଣଙ୍କୁ ଗିରଫ କରିଛି ବୈଶିଙ୍ଗା ପୋଲିସ୍। ତେବେ ଗିରଫ ହୋଇଥିବା ଏବଂ ଫେରାର୍ ଥିବା ତକାୟତ ମାନଙ୍କ ନାମରେ ପୂର୍ବରୁ ମୟୂରଭଞ୍ଜ, ବାଲେଶ୍ବର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ଚୋରି,ଡକାୟତି,ମାରପିଟ ଭଳି ଅନେକ ମାମଲା ରହିଛି ବୋଲି ପୋଲିସ ପ୍ରାଥମିକ ତଦନ୍ତ ରେ ଜାଣିବାକୁ ପାଇଛି । ତେବେ ଅଭିଯୁକ୍ତ ମାନେ ଭଦ୍ରକ ଜିଲ୍ଲାର ବିଭିନ୍ନ ଜାଗାରୁ ମୋଟର ସାଇକେଲ ଚୋରି କରିବାପରେ ସେଗୁଡିକ ବିଭିନ୍ନ ଚୋରି ,ଡକାୟତି ସମେତ ବିଭିନ୍ନ ଅପରାଧ ରେ ବ୍ୟବହାର କରୁଥିବା ପୋଲିସ ସମ୍ମୁଖରେ ଗିରଫ ଅଭିଯୁକ୍ତ ସ୍ବୀକାର କରିଛନ୍ତି ।ତେବେ ଗିରଫ ହୋଇଥିବା ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ରୁପସା ଗ୍ରାମର ମନ୍ମଥ ଗିରି ଙ୍କ ପୁଅ ସୁବ୍ରତ୍ ଗିରି ,ବଡଜହତା ଗ୍ରାମର ଗଗନ ମହାନ୍ତି ଙ୍କର ପୁଅ ଗଣେଶ୍ଵର ମହାନ୍ତି ଏବଂ ପୁରୁଣା ବାଲେଶ୍ବର ଅଞ୍ଚଳର ବାବାଜି ମାଝୀ ର ପୁଅ ଗୋପାଳ ମାଝୀ ।
ତେବେ ଫେରାର୍ ଥିବା ଅଭିଯୁକ୍ତ ମାନେ ହେଲେ ଭଦ୍ରକଜିଲ୍ଲା ର ଚରମ୍ପା ଅଞ୍ଚଳର ଦୀପୁ ଏବଂ ରୁପ୍ସା ପୋଡାଡିହା ଗ୍ରାମର କାଶିନାଥ ରାଉଳର ପୁଅ ବାବୁଲା ରାଉଳ ବୋଲି ଜଣାପଡିଛି ।ତେବେ ସେମାନଙ୍କ ନିକଟରୁ ଦୁଇଟି ଚୋରା ମଟରସାଇକେଲ ସମେତ ଦୁଇଟି ଲୁହା ଛଡ,ଗୋଟିଏ ଦିଆଇ ପାଇପ୍,ଧାରୁଆ ଛୁରୀ ପ୍ରଭୃତି ଡକାୟତ ସମୟରେ ବ୍ଯବହାର କରାଯାଉଥିବା ସାମଗ୍ରି ଜବଦ୍ କରାଯାଇଛି ଏବଂ ତିନି ଅଭିଯୁକ୍ତ ଙ୍କୁ ଡାକ୍ତରୀ ପରିକ୍ଷା କରି କୋର୍ଟ ଚାଲାଣ କରାଯିବା ସହିତ ଅନ୍ଯ ଦୁଇଜଣ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।